ଶ୍ରୀ ଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ

0 281

ଫୁଲବାଣୀ: ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି । ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର ଓ ପୌରାଧ୍ୟକ୍ଷ ସ୍ମିତା ରାଣୀ ମହାନ୍ତିଙ୍କ ଉପସ୍ଥିତିରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରଥମେ ରୀତି ନୀତି ପରମ୍ପରା ଅନୁସାରେ ପ୍ରଦୀପ ପ୍ରଜ୍ୱଳନ ପରେ ଅତୀତରେ ଅକାଳ ବିୟୋଗ ଘଟିଥିବା ପରିଚାଳନା କମିଟିର କର୍ମକର୍ତ୍ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପୂର୍ବତନ ସମ୍ପାଦକ ତାଙ୍କର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିସହିତ ପୁର୍ବତନ କମିଟି ଭଙ୍ଗ କରିବା ଏବଂ ନୂତନ କମିଟି ଗଠନ ପାଇଁ ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଥିଲେ । ଏହି କର୍ମକର୍ତ୍ତା ଚୟନ ପ୍ରକ୍ରିୟା ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଥିଲା । ସଭାପତି ରୂପେ ପି. ସୁଧାଂଶୁ ସେନାପତି ଓ ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ସୁଜିତ କୁମାର ବେହେରା, ସାଂସ୍କୃତିକ ସମ୍ପାଦକ ଭାବେ ଭି. ଲୋକନାଥ ରାଜୁ , ଅର୍ଥ ସମ୍ପାଦକ ଭାବେ କାବୁଲା ସେନାପତି ଓ କୋଷାଧ୍ୟକ୍ଷ ଭାବେ ରମେଶ ଚନ୍ଦ୍ର ମହାନ୍ତି ମନୋନୀତ ହୋଇଛନ୍ତି । ସେହିପରି ୪ ଜଣ ସହ ସମ୍ପାଦକ ଭାବରେ ଯଥା ଅରୁଣ କୁମାର ପଣ୍ଡା, ପାର୍ଥ ସାରଥୀ ବିଶ୍ୱାଳ, ସୀମାଞ୍ଚଳ ପ୍ରଧାନ, ସୁମନ ପଟ୍ଟନାୟକ ପ୍ରମୁଖ ମନୋନୀତ ହୋଇଛନ୍ତି । ଉକ୍ତ ନିର୍ବାଚନରେ ସବୁ ମନ୍ଦିର ପରିଚାଳନା କମିଟିର ସଭାପତି ଓ ସମ୍ପାଦକଙ୍କ ସମେତ ସବୁ ବଜାର କମିଟିର ସଭାପତି ଓ ସମ୍ପାଦକ ମାନେ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କ ସହମତି କ୍ରମେ ସମସ୍ତ କାର୍ଯ୍ୟ ସୁଚାର ରୂପେ ସମାପ୍ତ ହୋଇଥିଲା । ବିଶୃଙ୍ଖଳା ନ ଉପୁଜିବା ପାଇଁ ପୋଲିସ ମୁତୟନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − nine =