ଶନିବାର ଦେଖିବାକୁ ମିଳିବ ପିଙ୍କ ମୁନ୍‌

0 44

ନୂଆଦିଲ୍ଲୀ,୧୩/୪ : ଆସନ୍ତା ଶନିବାର ଅର୍ଥାତ ୧୬ ତାରିଖରେ ଚନ୍ଦ୍ରକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ ପୃଥିବୀବାସୀ । ସେହିଦିନ ଦେଖିବାକୁ ମିଳିବ ପିଙ୍କ ମୁନ୍‌ ବା ଗୋଲାପୀ ଚନ୍ଦ୍ର । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ନିର୍ଦ୍ଦେଶାଳୟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ ଜାନସନ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ବିଶ୍ୱର ଭିନ୍ନଭିନ୍ନ ସ୍ଥାନରେ ଲୋକେ ଏହାକୁ ଏପ୍ରିଲ ୧୫ରୁ ୧୮ ମଧ୍ୟରେ ଦେଖିପାରିବେ । ଜାନସନ କହିଛନ୍ତି, ଆମେ ଏହି ଉଇକେଣ୍ଡକୁ ଫୁଲ ମୁନ ଉଇକେଣ୍ଡ କହିପାରିବା । ଏହି ସମୟରେ ସୂର୍ଯ୍ୟ,ଚନ୍ଦ୍ର ଓ ପୃଥିବୀ କାଳ୍ପନିକ ୧୮୦ ଡିଗ୍ରି ଲାଇନରେ ରହିଥାଆନ୍ତି । ଫିଙ୍କ ମୁନର ଆହୁରି ଅନେକ ନାମ ରହିଛି; ଯଥା ସ୍ପ୍ରାଉଟିଙ୍ଗ ଗ୍ରାସ ମୁନ, ଏଗ ମୁନ,ଫିସ ମୁନ ଇତ୍ୟାଦି । ଆସନ୍ତା ଜୁନ ୧୪ରେ ସୁପର ଷ୍ଟ୍ରବେରୀ ମୁନ ଦେଖିବାକୁ ମିଳିବ । ଏହାପରେ ଜୁଲାଇ ୧୩ରେ ସୁପର ବ୍ଲାକ ମୁନ ବି ନଜରକୁ ଆସିବ ବୋଲି ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

16 − 5 =