ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

0 109

ଭୁବନେଶ୍ଵର,: ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶ୍ରୀ ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ। ଶ୍ରୀ ରାୟଙ୍କ ଭଳି ଜଣେ ଯୁବ ସଂଗଠକଙ୍କ ଯୋଗଦାନ ଫଳରେ ବିଭିନ୍ନ ସାଂଗଠନିକ ସ୍ତରରେ ଦଳ ଅଧିକ ମଜବୁତ ହେବ ବୋଲି ସେ ମତ ବ୍ୟକ୍ତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ରାୟ ପ୍ରାୟ ୨୫ ବର୍ଷ ଧରି ଟାଇମ୍ସ ଅଫ ଇଣ୍ଡିଆ, ଏସିଆନ ଏଜ୍‌ ଭଳି ଆଗଧାଡିର ଇଂରାଜୀ ଦୈନିକର ପ୍ରତିନିଧି ଭାବେ ରାଉରକେଲା ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହା ବ୍ୟତୀତ ଶିଳ୍ପ ନଗରୀ ରାଉରକେଲାର ବିଭିନ୍ନ ଅଗ୍ରଣୀ ସାମାଜିକ, ସାଂସ୍କୃତିକ ଓ କ୍ରୀଡା ସଂଗଠନ ସହ ଜଡ଼ିତ ରହି ବିଜୁ ପଟ୍ଟନାୟକ ମିନି ମାରାଥନ ଓ ବିଜୁ ପଟ୍ଟନାୟକ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଭଳି ଜାତୀୟ ଓ ରାଜ୍ୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମର ସୁଚାରୁରୂପେ ଆୟୋଜନ କରିଛନ୍ତି।

hiranchal ad1
Leave A Reply

Your email address will not be published.

2 + four =