ଗନ୍ଧରାଡ଼ି କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

0 96

ବୌଦ୍ଧ/ଜହ୍ନ ।ପଙ୍କ,୧୩/୪: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ଗନ୍ଧରାଡି ମହାବିଦ୍ୟାଳୟରେ ଗତ ୫ ତାରିଖରୁ ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ରାମ ।କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଜହ୍ନ ।ପଙ୍କ ଭାରପ୍ରାପ୍ତ ଫାଣ୍ଡି ଅଧିକାରୀ ସୁବାଷ ଚନ୍ଦ୍ର ମିଶ୍ର ଯୋଗଦେଇ ଆତ୍ମ ସୁରକ୍ଷା ତାଲିମ ଦ୍ୱାରା ଛାତ୍ରୀମାନଙ୍କ ଶାରୀରିକ, ମାନସିକ କ୍ଷେତ୍ରରେ ନିଜକୁ ସୁରକ୍ଷିତ ରଖିପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ମୁଖ୍ୟ ବକ୍ତାଭାବେ ଓଡ଼ିଆ ଅଧ୍ୟାପିକା ପ୍ରଭାତୀ ତ୍ରିପାଠୀ ଯୋଗଦେଇ ତାଲିମର ସଦୁପଯୋଗ କରିବା ଉପରେ ଗୁରୁତ୍ୱ ଦେଇଥିଲେ ।

hiring

ଅଧ୍ୟାପକ ଧ୍ରୁବଚରଣ ପାଣିଗ୍ରାହୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରୋଗ୍ରାମ ଅଫିସର ସୁବାଷ ଭୋଇ ସଭା ପରିଚାଳନା କରିଥିଲେ । ଅଧ୍ୟାପକ ଅଶୋକ କୁମାର ପାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ତାଲିମ ଦାତ୍ରୀ ଭାବେ ରୋଜ ।ଳିନ ରାଜହଂସ ଓ ସୁପ୍ରିୟା ପ୍ରଧାନ ତାଲିମ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

5 × 1 =