ମୃତ ଡ୍ରାଇଭର ପରିବାରକୁ ସହାୟତାର ହାତ ବଢାଇଲା ବୌଦ୍ଧ ବସ କର୍ମଚାରୀ ସଂଘ

0 136

କଣ୍ଟାମାଳ,୧୩/୪- ଗତ କିଛି ବର୍ଷ ହେଲା ରାଜ୍ୟସ୍ତରରେ ଓଡିଶା ଡ୍ରାଇଭର ସଂଘର ଏକତା ବୃଦ୍ଧି ସହ ସାଂଗଠନିକ କ୍ଷେତ୍ରରେ ଅଗ୍ରଗତି ହେବା ପରେ ଅସହାୟ ହ୍ରାଇଭରଙ୍କ ପରିବାରଙ୍କୁ ସଂଘ ସହାୟତାର ହାତ ବଢାଇ ବେଶ ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କେବଳ ଡ୍ରାଇଭର କାମ କରି ନିଜ ପରିବାର ପୋଷୁଥିବା ରକ୍ସା ପଞ୍ଚାୟତର ଦହ୍ୟା ଗ୍ରାମର କ୍ଷେତ୍ରବାସୀ ସାହୁଙ୍କ ଗତ ୪ ତାରିଖରେ ଦେହାନ୍ତ ହୋଇଥିବା ବେଳେ ବୌଦ୍ଧଜିଲ୍ଲା ଭୈରବୀ ବସ କର୍ମଚାରୀ ସଂଘ ମୃତ କ୍ଷେତ୍ରବାସୀଙ୍କ ପରିବାରକୁ ସହାୟତା ଦେଇଥିବା ଜଣାଯାଇଛି । ସଂଘର ସଂପାଦକ ଦିଲ୍ଲୀପ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ ନାଏକ, ସଦସ୍ୟ ଅମିତ ରାଜ, ବିଶ୍ୱାମିତ୍ର ମେହେର ଓ ରଞ୍ଜନ ପ୍ରମୁଖ ଶୋକାକୁଳ ପରିବାର ଘରକୁ ଯାଇ ଶାନ୍ତ୍ୱନା ଦେବାସହ ୫ହଜାର ଟଙ୍କା ଓ ପରିବାର ବର୍ଗଙ୍କ ପାଇଁ ନୂତନ ବସ୍ତ୍ର ପ୍ରଦାନ କରିଥିଲେ । ମୃତ କ୍ଷେତ୍ରବାସୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ବୀମା ରାଶି ପ୍ରଦାନ ପାଇଁ ସଂଘ ପକ୍ଷରୁ ପ୍ରତିଶୃତି ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

sixteen − twelve =