ଗଞ୍ଜେଇ ଭର୍ତ୍ତି କାର୍‌ ଜବତ,ଜଣେ ଗିରଫ

0 734

ବାଲିଗୁଡ଼ା: ଗଞ୍ଜେଇ ଚୋରା ଚାଲାଣ ବେଳେ ବେଆଇନ୍‌ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିବା ସହ ଜଣକୁ ଗିରଫ କରିଛି ପୋଲିସ୍‌ । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ପୋଲିସ୍‌ ପକ୍ଷରୁ ଗାଡ଼ି ମୋଟର ଯାଞ୍ଚ୍‌ କରାଯାଉଥିବା ବେଳେ କୃଷ୍ଣନଗର ନିକଟରେ ଏକ କାରରୁ ମିଳିଲା ଗଂଜେଇ । ସୂଚନା ପ୍ରକାରେ କୋଟଗଡ଼ ଥାନା ପୋଲିସ୍‌ ୫ନମ୍ବର ରାଜ୍ୟ ରାଜପଥ କୃଷ୍ଣନଗର ନିକଟରେ ଗାଡ଼ିମଟର ଯାଞ୍ଚ୍‌ କରୁଥିବା ବେଳେ ଏକ ମାରୁତି ସୁଜୁକି କାର୍‌ ନମ୍ବର -ଓଡି ୦୨-ବି ଡବ୍ଲ୍ୟୁ ୬୭୯୪ ବାଲିଗୁଡ଼ାରୁ କୋଟଗଡ଼ ଦେଇ ଯାଉଥିବା ବେଳେ କାରଟିକୁ ଅଟକାଇ ପୋଲିସ୍‌ ଯାଞ୍ଚ୍‌ କରିଥିଲା ଏବଂ ଗାଡିରୁ ୧୪ କେଜି ବେଆଇନ୍‌ ଗଞ୍ଜେଇ ବାହାରିଥିଲା । ଫଳରେ କୋଟଗଡ଼ ପୋଲିସ୍‌ ଗଞ୍ଜେଇ ସହ ଗାଡ଼ିଟିକୁ ଜବତ କରିଥିବା ବେଳେ କୋଟଗଡ଼ ଥାନା କେସ୍‌ ନଂ–111/2023 U/S20B(ii),C25/29 ଅନୁଯାୟୀ ଏକ ଅବକାରୀ ମାମଲା ରୁଜୁ କରିବା ସହ କାର୍‌ ଚାଳକ ଲକି ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି କୋଟଗଡ଼ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ।

hiranchal ad1
Leave A Reply

Your email address will not be published.

three × 2 =