ଜିଲ୍ଲା ପୋଲିସ ରିଜର୍ଭ ପଡିଆଠାରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ

0 68

ସୁବର୍ଣ୍ଣପୁର : ପବିତ୍ର ରକ୍ଷା ବନ୍ଧନ ଅବସରରେ ଆଜି ପୋଲିସ ରିଜର୍ଭ ପଡିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ପୋଲିସ ଆରଆଇ ସରୋଜ ବେହେରା, ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ପାତ୍ର, ମନୋରଞ୍ଜନ ତ୍ରିପାଠୀ, କନେଷ୍ଟବଲ ସଂଘ ସମ୍ପାଦକ ସୁଧାଂଶୁ ମେଣ୍ଡଳୀ, ସମାଜସେବୀ ମନୋଜ ପଣ୍ଡା ଅତିଥି ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରି ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ । ରିଜର୍ଭ ପୋଲିସ ଦଳ ଓ ସହରର ଭେଟେରାନ ଦଳ ମଧ୍ୟରେ ଆଜି ବନ୍ଧୁତ୍ୱପୂର୍ଣ୍ଣ ଖେଳ ହୋଇଥିବା ବେଳେ ୨-୦ ଗୋଲରେ ରିଜର୍ଭ ପୋଲିସ ଟିମ ବିଜୟୀ ହୋଇଥିଲେ । ଜଣାଶୁଣା ଫୁଟବଲ ଖେଳାଳି ରାକେଶ ନାଗ ଖେଳ ପରିଚାଳନା କରିଥିଲେ । ଭେଟେରାନ ଦଳର ଅଧିନାୟକ ସୁରେନ ବାରିକ, ଶଙ୍କର୍ଷଣ ପଟ୍ଟନାୟକ, ସରୋଜ ବାଗ, ଅଶୋକ ସୁନା, କବି ବେହେରା, ଜଳନ୍ଧର ଦୀପ ଏବଂ ରିଜର୍ଭ ପୋଲିସ ଟିମରୁ ଅଧିନାୟକ କବି ମିସ୍ତ୍ରୀ, ଅମିତ ପଟ୍ଟ ନାୟକ, ହର ମୋହନ ମଲ୍ଲିକ, ସୁଧୀର ମଲ୍ଲିକ, ବିଶ୍ୱ ଜିତ ନାଏକ, ଆନନ୍ଦ ଧରୁଆ, ପଦ୍ମନ ବାଗ, ଭଞ୍ଜ ଦେବ ପଧାନ, ଉମେଶ ମହାଲିକ, ସୁଜିତ ବିଶି ପ୍ରମୁଖ ଖେଳାଳି ଆଜିର ଏହି ମ୍ୟାଚରେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + seven =