ରାଜ୍ୟପାଳଙ୍କ ଦିନିକିଆ ବଲାଙ୍ଗୀର ଜିଲ୍ଲା ଗସ୍ତ, ଶିଶୁମାନଙ୍କ ସହ ଭାବବିନିମୟ କଲେ

0 282

ପାଟଣାଗଡ : ଓଡିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦିନିକିଆ ବଲାଙ୍ଗୀର ଗ୍ରସ୍ତରେ ଆସି ପହଞ୍ଚିଛନ୍ତି । ପୂର୍ବାହ୍ନରେ ନୂଆପଡା ଜିଲାରୁ ଆସି ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ ରାଜ୍ୟପାଳ ମହୋଦୟ । ଶିଶୁ ମାନେ ଦେଶର ଭବିଷ୍ୟତ । କୁପୋଷଣଠାରୁ ଦୁରେଇ ରଖିବାକୁ ଦରକାର ବୋଲି ଅଭିଭାବକ ମାନଙ୍କୁ କହିଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍‌ବୋଧନ ଦେଇଥିଲେ । ଇ-ଲାଇବ୍ରେରୀ ତଥା ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ପିଲାମାନେ ଜିଜ୍ଞାଶୁ ହେଉଛନ୍ତି । ଓଡିଶାରେ ଥିବା କୁପୋଷଣକୁ ଦୂର କରିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ । ଭବିଷ୍ୟତରେ ସମାଜସେବା ଦ୍ୱାରା ଲୋକଙ୍କ ସେବା କରିବାକୁ କହିଥିଲେ । ମିସନ ଶକ୍ତି ଏସଏମଇ ପାର୍କରେ ଧୂପକାଠି, ସଳିତା, ସୁରା, ପନିପରିବା, ଉଖୁଡା ଓ ଶୁଖା ଭୋଗ୍‌ ପ୍ୟାକିଂ ୟୁନିଟ୍‌ ବୁଲିଦେଖିଥିଲେ । ଶାଢୀର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ଉପାସ୍ଥିତ ମହିଳା ମାନଙ୍କୁ କହିଥିଲେ । ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ ।

hiring

ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତରମାନଙ୍କୁ ଜଣେଇଥିଲେ । ମଧ୍ୟାହ୍ନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଶେଷରେ ଭଇଁଷାରେ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ କିଶାନ ଯୋଜନା , ଫସଲ ବୀମା ଯୋଜନା ଆଦି ବିଷୟରେ କଥା ହେଇଥିଲେ । ଚିନିକାଳ ପୁନଃ ଉଦ୍ଧାର, କପାର ମିଲିଙ୍ଗ, ଏମଏସପି ବଢେଇବା ତଥା କୋଲ୍ଡ ସ୍ଟ୍ରୋରେଜ୍‌ ପାଇଁ ଦାବି କଥା ନିଶ୍ଚିତ ବୁଝିବେ ବୋଲି କହିଥିଲେ । ତାଙ୍କର ଏହି ଗସ୍ତ ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ, ଲେଫ୍ଟନାଣ୍ଟ କମାଣ୍ଡର ହିମାଂଶୁ ସିଂ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ, ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଶାନ୍ତ ସିଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ , ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

two × two =