ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

0 36

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍‌ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି ମଧ୍ୟ ଗସ୍ତ ସମୟରେ ଉପସ୍ଥିତ ଥିଲେ । ଶ୍ରୀ ମେର୍କାପ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖଙ୍କ ସମେତ ଜିଲ୍ଲାସ୍ତରୀ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେହିପରି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ଚିକିତ୍ସାଳୟରେ ଖାଦ୍ୟ ଯୋଗାଣ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ବିଶେଷ କରି ଶିଶୁ ୱାର୍ଡକୁ ଯାଇ ଉପସ୍ଥିତ ଶିଶୁମାନଙ୍କ ଅଭିଭାକଙ୍କ ସହ ବ୍ୟବସ୍ଥାମାନ ପଚାରି ବୁଝିଥିଲେ । ଏହା ସହ ଚିକିତ୍ସାଳୟର ଏନ୍‌ଆର୍‌ସି ୱାର୍ଡ ଗୁଡିକ ବୁଲି ଦେଖିବା ପରେ ରେକର୍ଡ ଆଦି ଯାଞ୍ଚ କରିଥିଲେ । ଏଥିରେ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ ପାତ୍ର, ଡିଏମ୍‌ଓ ଡାକ୍ତର ପ୍ରମୋଦ ପଣ୍ଡା, ଶିଶୁ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ ପାଢୀ, କାଉନସିଲର ସଂଗୀତ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହାପରେ ସିଦ୍ଧାମଡଙ୍ଗ ଗ୍ରାମ ଠାରେ ଥିବା ଫେୟାର ପ୍ରାଇସ ସପ୍‌ ପରିଦର୍ଶନରେ ଯାଇ ଷ୍ଟକ, ମୂଲ୍ୟ ଆଦି ସମ୍ପର୍କରେ ପଚାରି ବୁଝିବା ସହ କାଶୀନଗର ସିଡିପିଓ ଓ ଅଙ୍ଗନୱାଡି କେନ୍ଦ୍ରର କର୍ମୀଙ୍କ ସହ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

3 × one =