ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

0 90

ବଲାଙ୍ଗୀର: ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର ଏନ ସିଂଦେଓ ସନ୍ତରଣଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ମୁନିସିପାଲଟି ଅଧକ୍ଷା ଲିକା ସାହୁ ଓ ସିଆରପିଫ କମାଣ୍ଡେଟ ପବନ କୁମାର ତିବାରି ଯୋଗଦାନ କରିଥିଲେ । ଜୁନିଅର ଓ ସବ୍‌ ଜୁନିଅର ବର୍ଗ ପାଇଁ ଏକାଧିକ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ଜିଲ୍ଲାର ବିଭିନ୍ନ ସ୍କୁଲମାନଙ୍କର ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

hiring

୨୦୦ମିଟର ରିଲେ ସନ୍ତରଣରେ ଜିଲ୍ଲା ସନ୍ତରଣ ସଂଘ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପିଆର୍‌ ହାଇସ୍କୁଲ ଓ ନିଧିସାଗର ବିଦ୍ୟାପୀଠ ବୁବେଲ ଦ୍ୱିତୀୟ ହୋଇଥିଲା । ପିପି ଏକାଡେମୀ ଚତୁର୍ଥ ସ୍ଥାନ ହାସଲ କରିଛି । ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗି ଆସନ୍ତା ୨୮ରୁ ୩୦ତାରିଖରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜିଲ୍ଲା ସନ୍ତରଣ ସଂଘ ସଂପାଦକ ସୁମିତ ରଞ୍ଜନ ପୁରୋହିତ ସୂଚନା ଦେଇଛନ୍ତି । ସଂଘର ଉପଦେଷ୍ଟା ମନୋଜ ମିଶ୍ର କର୍ମକର୍ତ୍ତା ତଥା ଖେଳ ଶିକ୍ଷକମାନେ ପ୍ରତିଯୋଗିତା ପରିଚାଳନା କରିବା ସହ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟଅତିଥି ଓ ସମ୍ମାନୀତ ଅତିଥି ଆଗାମୀ ସମୟରେ ଜିଲ୍ଲାର ଖେଳାଳୀମାନ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଗୌରବ ଆଣନ୍ତୁ ବୋଲି କାମନା କରିଥିଲେ ।

hiranchal ad1
Leave A Reply

Your email address will not be published.

1 × five =