ଦଶପଲ୍ଲାରେ ବାର୍‌କୁ ତୀବ୍ର ବିରୋଧ

0 424

ଦଶପଲ୍ଲା: ଦଶପଲ୍ଲା ର ବ୍ୟବସାୟୀକ ପେଣ୍ଠସ୍ଥଳ ଦୁର୍ଗାବଜାରରେ ଏକ ମଦ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଦଶପଲ୍ଲାରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହେବା ସହ,ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି । ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍‌ ପ୍ରିୟଦର୍ଶନୀ ଓ କାଉନ୍ସିଲରଙ୍କ ସମେତ ଜନସାଧାରଣଙ୍କ ପକ୍ଷରୁ ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି । ମଦ ବାର ପାଇଁ ଚିହ୍ନଟ ହୋଇଥିବା ସ୍ଥାନଠାରୁ ୧୦୦ ମିଟର ଦୂରରେ ବିବେକାନନ୍ଦ ଶିଶୁ ବିଦ୍ୟାଳୟ, ୨୫୦ ମିଟର ଦୂରରେ ରାଧାମୋହନ ଜୀଉ ଉଚ୍ଚ଼ ବିଦ୍ୟାଳୟ ଓ ଖୁବ୍‌ ନିକଟରେ ଶ୍ରୀରାମ ମନ୍ଦିର ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଚିହ୍ନଟ ସ୍ଥାନ ଦୁର୍ଗାବଜାର ମଧ୍ୟରେ ହୋଇଥିବାରୁ ଏଠାରେ ନିୟମିତ ହାଟ ମଧ୍ୟ ବସୁଛି । ଯାହା ଜନସାଧାରଣଙ୍କୁ ଅଡୁଆ ପରିସ୍ଥିତିରେ ପକାଇବ ବୋଲି ଅଭିଯୋଗ ହେଉଛି । ଏଭଳି ସ୍ଥାନରେ ମଦ ବାର ପାଇଁ କିଭଳି ସ୍ଥାନ ଚିହ୍ନଟ ହୋଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରୁ ପ୍ରସ୍ତାବିତ ମଦ ବାରକୁ ବାତିଲ୍‌ କରିବା ପାଇଁ ଦାବି ହୋଇଛି । ଦଶପଲ୍ଲା ଏନ୍‌ଏସି କାଉନ୍ସିଲର ସୁଶାନ୍ତ କୁମାର ସିଠ, ବୀଣାପାଣି ପାଣି, ମାନିନୀ ସେଠୀ, ଅରୁଣ ଦାଶ, ଅର୍ଜନା ସାହୁ, ଲକ୍ଷ୍ମୀଧର ସାହୁଙ୍କ ସମେତ ବୁଦ୍ଧିଜୀବୀମାନେ ଏହାକୁ ବାତିଲ କରିବା ପାଇଁ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

12 − five =