ଜୁଆ ଆଡ୍ଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ୍‌ ସହ ମୋବାଇଲ ଜବତ, ୬ କୋର୍ଟ ଚାଲାଣ

0 59

ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ମଣ୍ଡି ପଛପଟେ ଥିବା ଟିକେନ୍‌ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଜୁଆ ଆଡ୍ଡାସ୍ଥଳୀ ଉପରେ ଚଢ଼ାଉ କରିଥିଲେ । ପୋଲିସ ଆଠଟି ବାଇକ, ମୋବାଇଲ ସହ ୯୫ ହଜାର ଟଙ୍କା ଜବତ କରିଥିବା ବେଳେ ୬ଜଣ ବ୍ୟକ୍ତିଙ୍କୁ ଅଟକ ରଖି ଆଜି ସକାଳେ ଗୋଲାମୁଣ୍ଡା ପୋଲିସ କେଶ ନଂ ୯୦/୨୨ରେ ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ସେହି ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରକାଶ ଚନ୍ଦ୍ର ମେହେର (୫୬) ଚିଚିଗୁଡା ଥାନା ଜୁନାଗଡ଼ର ହୋଇଥିବା ବେଳେ ଅନନ୍ତ ସାହୁ (୪୫) ସାନଚେରଗାଁ, ନବ ପୁଟେଲ (୪୨) କେଗାଁ ଥାନା କେଗାଁ , ଦେବେନ୍ଦ୍ର କଟା (୨୯) ଚାହାରପାଳି ଥାନା ସିନାପାଲି,ନୃପରାଜ ମେହେର (୪୨) ଲିମସେର, ଅରକ୍ଷିତ ମେହେର (୪୧) ଲିମସେର ଥାନା ଗୋଲାମୁଣ୍ଡା ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 2 =