କାଳ ବୈଶାଖୀରେ ଖମାରସାହି ପଞ୍ଚାୟତର ବେହାଲ

0 105

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖାମାରସାହି ପଞ୍ଚାୟତରେ କାଳବୈଶାଖୀ ବର୍ଷାର ପ୍ରଭାବରେ ପ୍ରାୟ ୮୦ ଟି ଚାଳ ଛପର ଘରକୁ ଉଡ଼ାଇ ଅସ୍ତବ୍ୟସ୍ତ କରିଦେଇଛି । ଖମାରାସାହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଏବଂ ନାଏବ ସରପଞ୍ଚ କୁବେର ପାତ୍ର ଓ ଖମାରସାହି ପଞ୍ଚାୟତର ସମାଜ ସେବୀ ବସନ୍ତ କୁମାର ପ୍ରଧାନ ଓ ଭାବଗ୍ରାହୀ ତାରେଣିଆ, ପ୍ରତି ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ଦେଖି ଅସହାୟ ପରିବାରକୁ ପ୍ରାୟ ୮୦ଖଣ୍ଡ ପଲଥିନ ବଣ୍ଟନ କରିବା ସଙ୍ଗେ ସଙ୍ଗେ ଅସହାୟ ଅବସ୍ଥାରେ ଥିବା ପରିବାରଙ୍କୁ ରୋଷେଇ କରି ଖାଇବା ପାଇଁ ଡାଲି, ଚାଉଳ ଯୋଗାଇ ଦିଆଯାଉଛି । ତା ସଙ୍ଗେ ସଙ୍ଗେ ପ୍ରବଳ ଖରା ଓ ଜଳ କଷ୍ଟରୁ ଉଦ୍ଧାର ପାଇଁ ନିଜ ଉପସ୍ଥିତିରେ ସମସ୍ତ ନଳ କୂଅ ଗୁଡ଼ିକୁ ଚିହ୍ନଟ କରି ମରାମତି ମଧ୍ୟ କରିଥିଲେ । ଏଥିପାଇଁ ସ୍ଥାନୀୟ ସରପଞ୍ଚ ଓ ନାଏବ ସରପଞ୍ଚ ଏବଂ ସମାଜସେବୀ ମହାଦୋୟଙ୍କୁ ଭୂରି ଭୂରି ପ୍ରଶଂସା କରୁଛନ୍ତି ଖମାର ସାହି ପଞ୍ଚାୟତର ଜନ ସାଧାରଣ ।

hiranchal ad1
Leave A Reply

Your email address will not be published.

sixteen − eleven =