ଶ୍ରୀଜୀଉଙ୍କ ନେତ୍ର ଲାଗି ଓ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ

0 34

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ନେତ୍ର ଲାଗି ଉତ୍ସବ ଓ ନବଯୌବନ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ରହିଥିବା ଫଳରେ ଗତ ଦୁଇ ବର୍ଷ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଶ୍ରୀଜୀଉଙ୍କ ଦେବସ୍ନାନଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତି କେବଳ ବିନା ଭକ୍ତରେ ମନ୍ଦିର ଭିତରେ କରାଯାଉଥିଲା । ଚଳିତ ବର୍ଷ ସମସ୍ତ ଭକ୍ତଙ୍କ ଗହଣରେ ହେବ ଶ୍ରୀଜୀଉଙ୍କ ଘୋଷଯାତ୍ର ନୀତିକାନ୍ତି । ପୂର୍ବ ଭଳି ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା । ଆଜି ପ୍ରାତଃ ୮.୩୦ଘଣ୍ଟା ସମୟରେ ସୂର୍ଯ୍ୟ ପୂଜା ହୋଇ ସନ୍ଧ୍ୟା ୬.୩୦ ସମୟରେ ଶ୍ରୀଜୀଉଙ୍କ ନେତ୍ରଲାଗି ହୋଇଥିଲା । ରାତ୍ର ୯.୩୦ ସମୟରେ ପୂର୍ଣ୍ଣାହୂତି ହୋଇ ଆଜିର ଏହି ନୀତି ସମ୍ପନ୍ନ ହୋଇଥିଲା । ନବରଙ୍ଗପୁର ରାଜ ପୁରୋହିତ ତଥା ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗର ମୁଖ୍ୟ ଉପଦେଷ୍ଟା ନରସିଂହ ନାଥ ତ୍ରିପାଠୀଙ୍କ ତତ୍ତ୍ୱବାଧାନରେ ଆୟୋଜିତ ଏହି ନୀତିରେ ପ୍ରମୋଦ ଚନ୍ଦ୍ର ତ୍ରିପାଠୀ, ଜଗନ୍ନାଥ ମନ୍ଦିର ପୂଜକ ଶେଷ ଦେବ ବ୍ରହ୍ମା, ଜଗନ୍ନାଥ ବ୍ରହ୍ମା, ଦେବୀ ନାୟକ, ଲକ୍ଷ୍ମୀ ମନ୍ଦିର ପୂଜକ ରବିନ୍ଦ୍ର ନାଥ ଶତପଥୀ, କର୍ତ୍ତା ସନ୍ତୋଷ କୁମାର ସାହୁ, ସୁଧାକର ପାଢ଼ୀ, ସୁମିତ ହଡପ, ବାବୁଲା ତ୍ରିପାଠୀ, ତ୍ରୟନାଥ ତ୍ରିପାଠୀ, ଗେଲ୍ଲେଇ ତ୍ରିପାଠୀ, ଚିନୁ ଦାସ ବିଭୁତି ପାତ୍ର, ବଦ୍ରୀ ତ୍ରିପାଠୀ, ସ୍ୱରିତ ପାଣିଗ୍ରାହୀ, ଦିପୁ ତ୍ରିପାଠୀ, ଦେବୋତ୍ତର ନିର୍ବାହୀ ଅଧିକାରୀ ରବିନ୍ଦ୍ର କୁମାର ରାଉତ, ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ତ୍ରିପାଠୀ, ସମ୍ପାଦକ ସତ୍ୟବାଦୀ ଷଡଙ୍ଗୀ, ତ୍ରିପତି ସ୍ୱାଇଁ, ଗଗନ ସୌରା, ସାଗର ଖୁଣ୍ଟିଆ, ସନ୍ତୋଷ ମହାଙ୍କୁଡ, ଗଣାପତି ଗୌଡ଼, ନରସିଂହ ଗୌଡ଼, ଚୈତନ୍ୟ ନାୟକ, ଭାଗିରଥି ନାୟକ, ମୀନ ନାୟକ, ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ଉପଦେଷ୍ଟା ରାଜେନ୍ଦ୍ର ତ୍ରିପାଠୀ, ନିଯୋଗ ସଭାପତି ନରେଶ କୁମାର ତ୍ରିପାଠୀ, ଉପ ସଭାପତି ଭବାନୀ ଶତପଥୀ, ସମ୍ପାଦକ କୁନା ପାତ୍ର, ଦୁର୍ଗା ତ୍ରିପାଠୀ, ପ୍ରମିସ ତ୍ରିପାଠୀଙ୍କ ସମେତ ନିଯୋଗର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen + eight =