ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍‌ ପଡ଼ିଲେ ରୋହିତ

0 56

ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି । ତାଙ୍କ ବଦଳରେ ଦଳର ମଙ୍ଗ ସମ୍ଭାଳିବେ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା । ବିସିସିଆଇ ଆଜି ଏହା ଘୋଷଣା କରିଛି । ରୋହିତ କିଛି ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ୧ ତାରିଖ ସୁଦ୍ଧା ସୁସ୍ଥ ହେବାର ସମ୍ଭାବନା ନଥିବାରୁ ତାଙ୍କୁ ପୂରା ମ୍ୟାଚ୍‌ରୁ ବାଦ ଦିଆଯାଇଛି । ରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିସିସିଆଇ ମୟଙ୍କ ଅଗ୍ରୱାଲଙ୍କୁ ମଧ୍ୟ ଦଳରେ ସାମିଲ କରିଛି । ସେ ସମ୍ଭବତଃ ଶୁବମନ ଗିଲଙ୍କ ସହ ଏଜବାଷ୍ଟନ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପାଇଁ ଇନିଂସ ଆରମ୍ଭ କରିବେ । ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜ୍‌ର ୪ଟି ମ୍ୟାଚ୍‌ ଗତବର୍ଷ ଠାରୁ ଖେଳା ଯାଇସାରିଛି । ୫ ଟିକିଆ ସିରିଜ୍‌ କରୋନା ଯୋଗୁ ବନ୍ଦ ରହିଥିଲା । ଏଥିପାଇଁ ଭାରତ ଏବେ ବାକି ରହିଥିବା ଶେଷ ମ୍ୟାଚ୍‌ ଇଂଲଣ୍ଡ ସହ ୧ ତାରିଖରୁ ଖେଳିବ । ବର୍ତ୍ତମାନ ଟିମ ଇଣ୍ଡିଆ ସିରିଜ୍‌ରେ ୨-୧ରେ ଆଗୁଆ ରହିଛି । ଯଦି ଦଳ ଶେଷ ମ୍ୟାଚ୍‌କୁ ଜିତିବ କିମ୍ବା ଡ୍ର କରିବ, ତା’ହେଲେ ଇଂଲଣ୍ଡ ମାଟିରେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହେବ । କାରଣ ୨୦୦୭-୦୮ ପରେ ଭାରତୀୟ ଟିମ୍‌ ଇଂଲଣ୍ଡରେ ଟେଷ୍ଟ ସିରିଜ ଜିତିବାକୁ ସକ୍ଷମ ହୋଇନି । କିନ୍ତୁ ରୋହିତ ଶର୍ମା କରୋନା ଯୋଗୁ ବାଦ ପଡିବା ଓ କେଏଲ ରାହୁଲ ଦଳରେ ନ ରହିବା ଟିମ ଇଣ୍ଡିଆର ଚିନ୍ତାକୁ ବଢାଇ ଦେଇଛି । ଦୁଇ ବରିଷ୍ଠ ଖେଳାଳି ନଥିବାରୁ ଏବେ ସବୁ ଦାୟିତ୍ୱ ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଚେତେଶ୍ୱର ପୂଜାରାଙ୍କ ଉପରେ ରହିବ ।

hiranchal ad1
Leave A Reply

Your email address will not be published.

eighteen + four =