ଆସନ୍ତାକାଲି ହେବ କୋଇଲାଞ୍ଚଳରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ

0 63

ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ଦ୍ୱାରା ପରିଚାଳିତ କୋଇଲାଞ୍ଚଳରେ ଆସନ୍ତାକାଲି (ଗୁରୁବାର) ଦିନ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ ହେବ । ଆଜି କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏବିଷୟରେ ସୂଚନା ଦିଆଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଯୋଗ ସହିତ କେନ୍ଦ୍ର କୋଇଲା, ଖଣି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆମ ରାଜ୍ୟ ଓଡ଼ିଶାର କୋଇଲାଞ୍ଚଳରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି । ଏଥିମଧ୍ୟରୁ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ତାଲଚେରର କେଭି ଜଗନ୍ନାଥ ଓ କେଭି ସୁଭଦ୍ରା ତଥା ସୁନ୍ଦରଗଡ ଜିଲ୍ଲାର ମହାଲକ୍ଷ୍ମୀ ଅଞ୍ଚଳରେ ତୃତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟନ ହେବ । ଏହା ବ୍ୟତୀତ ଏମସିଏଲର କୋଇଲାଞ୍ଚଳରେ ଡିଏଭି ଦ୍ୱାରା ପରିଚାଳିତ ୧୧ଟି ବିଦ୍ୟାଳୟ ସହିତ ଏହାର ପାର୍ଶ୍ୱ ଅଞ୍ଚଳରେ ୧୩ଟି ଘରୋଇ ବିଦ୍ୟାଳୟକୁ କମ୍ପାନୀ ପକ୍ଷରୁ ଆର୍ଥିକ ସହାୟତା ଦିଆଯାଏ । ଏହିପରି କମ୍ପାନୀ ପକ୍ଷରୁ ଶିକ୍ଷାନୁଷ୍ଠାନ ବିକାଶ ଓ ଶିକ୍ଷାର ସାର୍ବଜନିକ ପ୍ରସାର ପ୍ରଚାର ଦିଗରେ ପ୍ରୟାସ ଜାରି ରଖାଯାଇଛି ।

hiranchal ad1
Leave A Reply

Your email address will not be published.

10 + 14 =