ସାଇପ୍ରସାଦ ସାହୁଙ୍କୁ “ପ୍ରକୃତି ବନ୍ଧୁ’ ପୁରସ୍କାର

0 144

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୂଳବାସିନ୍ଦା ତଥା ପରିବେଶପ୍ରେମୀ ସାଇପ୍ରସାଦ ସାହୁଙ୍କୁ ମିଳିବ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର । ସେ ଅନେକ ଥର ସ୍ୱଚ୍ଛ ଭାରତ , ସାଂପ୍ରଦାୟିକ ସଦଭାବ , ଆବର୍ଜନା ପରିଚାଳନା , ପ୍ଲାଷ୍ଟିକ ବର୍ଜନ , ବନମହୋତ୍ସବ ସପ୍ତାହ , ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବନ୍ୟ ଜୀବଜନ୍ତୁମାନଙ୍କ ତୃଷାର୍ତ୍ତ ମେଣ୍ଟାଇବା ନିମନ୍ତେ ପାଣି ବ୍ୟବସ୍ଥା , ଆଶ୍ରମ ଓ ପର୍ବତ ମାନଙ୍କରେ ବୃକ୍ଷରୋପଣ, ଜୈବ ବିବିଧତା ଓ ମୃତ୍ତିକା ସଂରକ୍ଷଣ ଭଳି ବହୁ ବିଧ ପରିବେଶ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି । ସରକାରଙ୍କ ଜଙ୍ଗଲ , ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅନୁମୋଦନ କ୍ରମେ ବଙ୍ଗୋମୁଣ୍ଡା ବ୍ଲକ୍‌ ପାଇଁ ସାଇପ୍ରସାଦ ସାହୁଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ ପାଇଁ ଚୟନ କରାଯାଇଛି । ଏଥିପାଇଁ ବଲାଙ୍ଗୀର ଜିଲ୍ଲାର ଜିଲ୍ଲା ପରିବେଶ ସମିତି ତରଫରୁ ଆସନ୍ତା ଜୁନ୍‌ ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ପରିବେଶ ଦିବସ ଅବସରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ସାଇପ୍ରସାଦ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରୁ ବାଣିଜ୍ୟରେ ଉଭୟ ସ୍ନାତକ ଓ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ମ୍ୟାନେଜମେଣ୍ଟ, ସାମ୍ବାଦିକତା ଓ ଗଣ ଯୋଗାଯୋଗ ଏବଂ ଗ୍ରାମୀଣ ବିକାଶ ପାଠ୍ୟକ୍ରମରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ଏକାଧାରରେ ସେ ଜଣେ ବିଶିଷ୍ଟ ଲେଖକ, ଗବେଷକ, ସମାଜସେବୀ ଓ ପରିବେଶପ୍ରେମୀ । ୨୦୧୯ ମସିହାରେ ରାଜ୍ୟ ସ୍ତରୀୟ ଗୋପବନ୍ଧୁ କର୍ତ୍ତବ୍ୟବୋଧିନୀ ସମ୍ମାନ ପ୍ରଦାନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

19 − nineteen =