ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ ଗିରଫ

0 386

ପୁରୀ : ପୁରୀ ସଦର ଥାନ ଅନ୍ତର୍ଗତ ମାଳତୀ ପାଟପୁର ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ଜଣଙ୍କୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନପୁର ଥାନା ପୋଲିସ । ଗତ ୨୫ତାରିଖରେ ମାଳତୀ ପାଟପୁର ସ୍ଥିତ ୱାଟର ପାର୍କର ମାଲିକଙ୍କୁ ଉକ୍ତ ଅଞ୍ଚଳର ପ୍ରକାଶ ଗୋଷ୍ଠୀର ଜଣେ ଯୁବକ ପର୍କିଙ୍ଗ ଓ ୧୦ଟି ୱାଟର ପାର୍କ ଟିକେଟ ଦେବା ପାଇଁ ଦାବି କରିଥିଲେ, ୱାଟର ପାର୍କ ମାଲିକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଉକ୍ତ ଖବର ପ୍ରକାଶ ଗୋଷ୍ଠୀ ଜାଣିବା ପରେ ପ୍ରକାଶର ସହଯୋଗୀ ରାଜୁନି ପ୍ରକାଶକୁ ଗାଡି କିଣିବା ଲାଗି ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ପ୍ରକାଶ ଟଙ୍କା ନ ଦେବାରୁ ରାଜୁନି ୱାଟର ପାର୍କରେ ୩ଟି ବୋମାମାଡ଼ କରିଥିଲେ । ବୋମା ମାଡ ପରେ ୱାଟର ପାର୍କ ମାଲିକ ଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଚନ୍ଦନପୁର ପୋଲିସ ପ୍ରକାଶକୁ ଅଟକ ରଖି ପଚରା ଉଚରା ସମୟରେ ପୋଲିସ ଜାଣିବାକୁ ପାଇଲା ପ୍ରକାଶର ଗୋଷ୍ଠୀ ଦୁଇ ଭାଗ ହୋଇଛି । ବୋମା ମାଡ କରିଥିବା ଅପରାଧୀଙ୍କୁ ପୋଲିସ ଗିରଫ କରିବା ପରେ ବୋମା ମାରିଥିବା ଗୋଷ୍ଠୀ ପୁନର୍ବାର ଗୁଳିକାଣ୍ଡ ଘଟାଇଥିଲେ । ଗୁଳିକାଣ୍ଡ ଘଟଣା ଜଣେ ଆହତ ହେବା ସହ ଅନ୍ୟ ତିନି ଜଣକୁ ଆକ୍ରମଣ କରାଯାଇଥିଲା । ଚନ୍ଦନ ପୁର ଥାନା ପୋଲିସ ଉକ୍ତ ଘଟଣାରେ ସମୁଦାୟ ୭ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

hiranchal ad1
Leave A Reply

Your email address will not be published.

three × three =