ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

0 236

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ । ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦ ଜଣ ପରୀକ୍ଷା ଦେଇଥିବା ବେଳେ ବିଜ୍ଞାନରେ ୯୧,୩୭୯ ଓ ବାଣିଜ୍ୟରେ ୨୩,୧୪୮ ଜଣ ପରୀକ୍ଷା ଦେଇଥିଲେ । ସେହିପରି ଯୁକ୍ତ ଦୁଇ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପରେ ପ୍ରକାଶ ପାଇବ । ଏହା ପୂର୍ବରୁ ମେ’ ୧୮ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ୯୬.୪ % ଛାତ୍ରଛାତ୍ରୀ ପାସ୍‌ କରିଥିଲେ ।

hiranchal ad1
Leave A Reply

Your email address will not be published.

11 − 9 =