ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଅଶୋକ ମିଶ୍ରଙ୍କ ପରଲୋକ

0 90

ସୁବର୍ଣ୍ଣପୁର : ସୁବର୍ଣ୍ଣପୁରର ବହୁ ପୁରାତନ କ୍ଳବ ଚନ୍ଦ୍ରଶେଖର ପାଠାଗାରର ପ୍ରାକ୍ତନ ସଭାପତି ଓ ମାଁ ଭଗବତୀ ମନ୍ଦିର ପୀଠର ପ୍ରାକ୍ତନ ମେନେଜିଙ୍ଗ କମିଟିର ସଭାପତି ଅଶୋକ ମିଶ୍ରଙ୍କ ୫୭ ବର୍ଷ ବୟସରେ ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ମେଡିକାଲରେ ଦେହାନ୍ତ ଘଟିଛି । ଏ ଖବର ପ୍ରସାରିତ ହେବା ପରେ ତାଙ୍କ ବାସଭବନ ଥନାପତି ପଡା ଭଗବତୀ ପ୍ଲଟ ସମେତ ସାରା ସହରରେ ଶୋକ ଖେଳି ଯାଇଥିଲା । ସ୍ୱର୍ଗତ ମିଶ୍ର ସୋନପୁର କଲେଜରେ ଇଂରାଜୀରେ ସ୍ନାତକ ଡିଗ୍ରୀ ସହ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ ଥିବାବେଳେ ଥନାପତିପଡା ଚନ୍ଦ୍ରଶେଖର ପାଠାଗାର ଓ ଭଗବତୀ ମନ୍ଦିରର ପରିଚାଳନା କମିଟିରେ କିଛି ବର୍ଷ ନେତୃତ୍ୱ ନେଇ ଉକ୍ତ କ୍ଲବ ଓ ମନ୍ଦିର ସମେତ ସୋନପୁର କଲେଜର ବିକାଶ ଲାଗି ମଧ୍ୟ ଅନେକ ଗଠନମୂଳକ କାର୍ଯ୍ୟରେ ନିଷ୍ଠାର ସହିତ ଦାୟିତ୍ୱ ତୁଲାଇ ଜଣେ ଯୁବ ସଂଗଠକ ଭାବେ ମଧ୍ୟ ପରିଚୟ ସୃଷ୍ଟି କରିଥିଲେ । ଶ୍ରୀ ମିଶ୍ର ଏକଦା ଜ଼ିଲ୍ଲାରେ ଆରଡିସି କ୍ଲର୍କ ଭାବେ ସିଲେକ୍ସନ ହୋଇ ସୁଦ୍ଧା କୌଣସି ଅସୁବିଧାବଶତଃ ଚାକିରୀରେ ଯୋଗ ଦେଇ ପାରିନଥିଲେ । ତଥାପି ସେ କେବେ ଭାଙ୍ଗି ପଡି ନ ଥିଲେ । ପରେ ପରେ ବିଭିନ୍ନ ସରକାରୀ ପଦବୀ ପରୀକ୍ଷା ପାଇଁ ପ୍ରସ୍ତୁତି ହେବା ସାଙ୍ଗେ ସାଙ୍ଗେ ନିଜେ ଆତ୍ମ ନିର୍ଭରଶୀଳ ହୋଇ ଖୁବ ଧର୍ଯ୍ୟର ସହିତ ପାଠପଢା ଓ କିଛି ବର୍ଷ ଧରି ଏକ ଘରୋଇ ବସ କଣ୍ଡକ୍ଟର ଭାବେ କାର୍ଯ୍ୟ କରିଥିଲେ । କେବେ ବି ସେ ପରିବାର ପାଇଁ ବୋଝ ନ ହୋଇ ପରେ ପରେ ଛୋଟ ଛୋଟ ବ୍ୟବସାୟ କରି ବଡ଼ ପରିବାର ର ଦାୟିତ୍ୱ ତୁଲାଇଥିଲେ, ଯାହାକି ଯୁବ ପିଢୀଙ୍କ ପାଇଁ ପ୍ରେରଣା ସାଜିଥିଲେ ଉଚ୍ଚ ଶିକ୍ଷିତ ଶ୍ରୀ ମିଶ୍ର । ଗତକାଲି ରାତିରେ ସୁବର୍ଣ୍ଣପୁର ଶ୍ରୀ ରାମେଶ୍ୱର ସ୍ମଶାନ ଘାଟରେ ଶ୍ରୀ ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଜ୍ୱାଇଁ ସାମ୍ବାଦିକ ସନ୍ତୋଷ ମିଶ୍ର ମୁଖାଗ୍ନି ଦେଇଥିଲେ । ଶ୍ରୀ ମିଶ୍ରଙ୍କ ମୃତ୍ୟୁ ବେଳେ ଝିଅ ମିନୁ, ପୁଅ ସିଦ୍ଧାର୍ଥ, ଭାଇ ଦୀପକ, ସଢୁ ଭରତ ମହାପାତ୍ରଙ୍କ ପରିବାର, ଭଉଣୀ ଆନିମାଙ୍କ ସମେତ ଆତ୍ମୀୟ ସ୍ୱଜନ ମେଡିକାଲରେ ଉପସ୍ଥିତ ଥିବାବେଳେ ପ୍ରାକ୍ତନ ପୌର ଅଧ୍ୟକ୍ଷ ପ୍ରକାଶ ସାହୁ, କଇରୁ ସ୍ୱାଇଁ, ପ୍ରାକ୍ତନ ନିଗମ ଅଧ୍ୟକ୍ଷ ଅଭିମନ୍ୟୁ କୁଶଳ, ଯୁବ ନେତା ବାବାନି ଦାନୀ, ମାନଭଞ୍ଜନ ବେଦବାକ, ସୋନପୁର କଲେଜ ପୁରାତନ ଛାତ୍ର ସଂଘ, ଚନ୍ଦ୍ରଶେଖର ପାଠାଗାର, ଓ଼ ଦୁର୍ଗାପୂଜା କମିଟି ସଦସ୍ୟଙ୍କ ସମେତ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ସତ୍ୟ ବ୍ରତ ପ୍ରଧାନ, ମହାଦେବ ମଲ୍ଲିକ, ସଂଜୟ ସାହୁ, ଆଶୁତୋଷ ପୁଜାରୀଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରୀ ମିଶ୍ରଙ୍କ ଅନ୍ତିମ ଦର୍ଶନ କରିଥିଲେ ।

hiranchal ad1
Leave A Reply

Your email address will not be published.

3 × four =