ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

0 60

ପୁରୀ : ଜିଲ୍ଲା ସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ସୁଭାଷ ଚନ୍ଦ୍ର ନାଥଶର୍ମା ଏଥିରେ ଅଧ୍ୟକ୍ଷତା କରିଥିଲେ । ଜାତୀୟ ରାଜପଥ ୩୧୬ରେ ଥିବା ୪୩ଟି ଦୁର୍ଘଟଣା ପ୍ରବଣ ସ୍ଥାନ ସଂପର୍କରେ ପଦକ୍ଷେପ, ୧୦ଟି ସ୍ଥାନରେ ଗତି ନିୟନ୍ତ୍ରଣ ଫଳକ ଲଗାଇବା, ବେଆଇନ ଅବରୋଧ ହଟେଇବା, ସତ୍ୟବାଦୀ, ସାତଶଙ୍ଖ, ପଟ୍ଟନାୟିକା ଛକ, ମାଳତୀପାଟପୁର ଏବଂ ହରେକୃଷ୍ଣପୁର ଠାରେ ଆଲୋକୀକରଣ ବ୍ୟବସ୍ଥା ଗ୍ରହଣ କରିବା ଉପରେ ଆଲୋଚନା ହୋଇଛି । ଅବରୋଧ ହଟେଇବା ବେଳେ ସ୍ଥାନୀୟ ପୁଲିସ ଅଧିକାରୀ ଏବଂ ମାଜିଷ୍ର୍ଟ୍ରେଟଙ୍କ ସହାୟତା ପ୍ରଦାନ କରାଯିବ । ନବକଳେବର ରୋଡ ମରାମତି, ଚକ୍ରତୀର୍ଥ ରୋଡରେ ସକାଳ ସମୟରେ ଯାନବାହାନ ପାର୍କିଂ ନିୟନ୍ତ୍ରଣ, ସଡକ ଦୁର୍ଘଟଣାରେ ଆହତଙ୍କୁ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା, ଟେଷ୍ଟିଂ ଟ୍ରାକ ପାଇଁ ଯାଗା ଚିହ୍ନଟ, ସ୍କୁଲ ବସ ଯାଞ୍ଚ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରୀ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସଦର ତହସିଲଦାର ରବିନ୍ଦ୍ର ପ୍ରଧାନ, ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ, ଜାତୀୟ ରାଜପଥ କର୍ତ୍ତୃପକ୍ଷ ସାଇଟ ଇଞ୍ଜିନିୟର ଜୟନ୍ତ କୁମାର,ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡଃ ଲଲାଟେନ୍ଦୁ ମିଶ୍ର, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ମହେନ୍ଦ୍ର କୁମାର ବିଶ୍ୱାଳ, ମୋଟର ଯାନ ନିରୀକ୍ଷକ ଶୁଭେନ୍ଦୁ ରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

twenty + 16 =