ପଏଁରୀ ପକ୍ଷରୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

0 49

ସୁବର୍ଣ୍ଣପୁର – ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ, ସଂଗୀତ ନାଟକର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମି ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ପଏଁରୀ ଅନୁଷ୍ଠାନର ସହଯୋଗରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ଦଣ୍ଡ କଳାକାରମାନେ ଆସି ଗୋଟିଏ ଗୁରୁ ଓ ଦଶ ଜଣ ଶିଷ୍ୟ ନିଜ ନିଜର କଳା ପ୍ରଦର୍ଶନ କରିଥିବା ବେଳେ ଏହି କାର୍ଯ୍ୟକ୍ରମ ଦ୍ୱାରା ଲୁପ୍ତ ହେବାକୁ ଥିବା ଦଣ୍ଡନାଚର ଷୋହଳ ସୁଆଙ୍ଗ ଲୋକକଳାକୁ ଗୁରୁଶିଷ୍ୟ ପରମ୍ପରା ମାଧ୍ୟମରେ ପୁନଃରୁଦ୍ଧାର କରିବା ଏହାର ମୂଳଲକ୍ଷ୍ୟ ବୋଲି କୁହାଯାଇଛି ।
ଏହି କାର୍ଯ୍ୟକ୍ରମ ପଏଁରୀର ସମ୍ପାଦକ ଚୌଧୁରୀ ବିଭାର ପରିଚାଳନା କରିଥିବା ବେଳେ ଅନୁଷ୍ଠାନର ସଭ୍ୟ ମାନେ ଏଥିରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶେଷ ସହଯୋଗ କରିଥିବା ଓଡିଶା ସଂଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରଥକୁ ଏ ଅବସରରେ ଅଶେଷ ଧନ୍ୟବାଦ ପ୍ରଦାନ କରାଯାଇଛି ।

hiranchal ad1
Leave A Reply

Your email address will not be published.

sixteen − one =