୫ ନବ ନିଯୁକ୍ତ ଡାକ୍ତରଙ୍କୁ ସମ୍ବର୍ଦ୍ଧନା

0 75

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡିଆଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ନୂତନ ଭାବେ ଯୋଗ ଦେଇଥିବା ପାଞ୍ଚ ଡାକ୍ତରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ସହଯୋଗ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଂଜନ ବେହେରା, ଖଡ଼ିଆଳ ତହସିଲଦାର ଶିନ୍ଧୁସୂତା ପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିରସେନ ବେହେରା, ଉପଖଣ୍ଡ ସ୍ୱାସ୍ଥ୍ୟ ଅଧିକାରୀ ଡ. ରଞ୍ଜିତ ରାଉତ, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । ନୂତନ ରୂପେ ଯୋଗ ଦେଇଥିବା ଡାକ୍ତରଙ୍କ ମଧ୍ୟରେ ଡ.ସୁରଜ କୁମାର ହୋତା, ଡ.ଦେବାଶିଷ ସିଂ , ଡ.କନକ ନାଏକ, ଡ.ପ୍ରବୀଣ ମେହେର, ଡ. ସୁକନ୍ୟା ଚୌହାନ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

20 − seven =