୪ ରାଜ୍ୟ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କଲା ବିଜେପି, ଜାଣନ୍ତୁ କେଉଁ ନେତାଙ୍କୁ ମିଳିଲା ଦାୟିତ୍ୱ

0 94

ନୂଆଦିଲ୍ଲୀ: ଲୋକ ସଭା ନିର୍ବାଚନ ପୂର୍ବରୁ ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଏସବୁ ମଧ୍ୟରେ ମଙ୍ଗଳବାର ବିଜେପି ଅନେକ ରାଜ୍ୟରେ ଅଧ୍ୟକ୍ଷଙ୍କୁ ପରିବର୍ତ୍ତନ କରିଛି। ଦଳ ଏକ ବିବୃତ୍ତି ଜାରି କରି କହିଛି ଯେ, ପଞ୍ଜାବର ସୁନୀଲ ଜାଖଡ, ତେଲଙ୍ଗାନାର କିଶନ ରେଡ୍ଡୀ, ଆନ୍ଧ୍ରର ଡି.ପୁରନ୍ଦେଶ୍ୱରୀ ଏବଂ ଝାଡଖଣ୍ଡର ବାବୁଲାଲ ମାରାଣ୍ଡିଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିସହିତ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀଙ୍କୁ ଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ ସଦସ୍ୟ କରାଯାଇଛି। ସେ ଏପ୍ରିଲରେ ବିଜେପିରେ ଯୋଗ ଦେଇଥିଲେ। ସେହିପରି ତେଲଙ୍ଗାନାରେ ଭାଜପାର ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ଭାବେ ଏଟାଲା ରାଜେନ୍ଦ୍ରଙ୍କୁ ନିଯୁକ୍ତି ଦିଆଯାଇଛି।

hiranchal ad1
Leave A Reply

Your email address will not be published.

20 − five =