ଜିଲ୍ଲାପାଳ ଓ ଏସପିଙ୍କ ଦ୍ୱାରା ବେତାଗୁଡାଠାରେ ବନ ମହୋତ୍ସବ ପାଳିତ

0 61

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠର ବେତାଗୁଡାଠାରେ ଥିବା ରିଜର୍ଭ ପୋଲିସ ପଡିଆ ପରିସରରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଗଜପତି ଏସପି ସ୍ୱାତି ଏସ କୁମାର, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ଯୋଗଦେଇ ଚାରାରୋପଣ କରିବା ସହ ସଚେତନତା କରିଥିଲେ । ୭୪ତମ ବନ ମହୋତ୍ସବ ସପ୍ତାହ ବ୍ୟାପୀ ପାଳନ ହେବ । ଏଥି ନିମନ୍ତେ ଜିଲ୍ଲା ବ୍ୟାପି ଚାରାରୋପଣ କାର୍ଯ୍ୟକ୍ରମଚାଲୁରହିଛି । ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡିରେ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥିମାନେ ଏପିଆରଏଫ ଯବାନ ଓ କର୍ମଚାରୀଙ୍କୁ ଚାରାରୋପଣର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଏହି ଅବରରରେ ରିଜର୍ଭ ପୋଲିସ ପଡିଆ ଠାରେ ବିଭିନ୍ନ କିସମର ଯଥା ନିମ୍ବ, କରଞ୍ଜ, ଜାମ୍ବ, ପଣସ,ଆଶ୍ୱସ୍ତ ଆଦି ୫୦ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଏପିଆରଏଫର ରିଜର୍ଭ ଇନ୍ସପେକ୍ଟର ଡମ୍ବରୁ ଧରର ହାନାଙ୍ଗା, ପାରଳାଖେମୁଣ୍ଡି ବନାଞ୍ଚଳ ଅଧିକାରୀ ଏନ ଡି ଶର୍ମା, ବନ ପାଳ ପି ଭେଙ୍କେଟ ରାମାଣା, ପାରଳାଖେମୁଣ୍ଡି ବନରକ୍ଷୀ ଶିବ ରାମ ସାବତ ପ୍ରମୁଖଙ୍କ ସମେତ ବହୁ ବନ କର୍ମଚାରୀ ଓ ଏପିଆରଏଫ ଯବାନ ତଥା କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

20 − 15 =