ଲୋମସ କନ୍ୟା ରେବତୀ; ଦେଇଥିବା ପ୍ରତିଶୃତି ପୂରଣ କଲେ ଜିଲ୍ଲପାଳ

0 267

ହରଭଙ୍ଗା : ସାରା ବିଶ୍ୱରେ ଦିନେ ଚେହେରାକୁ ନେଇ ଚହଳ ପଡ଼ିଥିଲେ ଲୋମସ କନ୍ୟା ରେବତୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବଣ ପାହାଡ଼ ଘେରା ଉପାନ୍ତ ଅଂଚଳ ତଳଗାଁ ପଞ୍ଚାୟତ ଖଳିସାହି ଗ୍ରାମରେ ଜନ୍ମ ହୋଇଥିବା ରେବତୀ ପିଲା ଦିନରୁ ହିଁ ଶରୀର ଗଠନ ସହିତ ଚେହେରାର ବ୍ୟତିକ୍ରମ ଦେଖାଦେଇଥିଲା । ଛୋଟ ବେଳୁ ହିଁ ଦେହ ସାରା ଲୋମରେ ଭର୍ତ୍ତି ସହ ମୁହଁର ଆକୃତି ପରିବର୍ତ୍ତନ ଏକ ଭାଲୁ ସଦୃଶ ହୋଇଥିବା ଦେଖିବାକୁ ମିଳିଥିଲା । ବୟସ ବଢିବା ସହିତ ଚେହେରା ମଧ୍ୟ ସେହିପରି ବୃଦ୍ଧି ହେଉଥିବା ନେଇ ପରବାର ଲୋକେ ଚିନ୍ତାରେ ପଡ଼ିଥିଲେ ଏବଂ ନିଜର ଚେହେରାକୁ ନେଇ ରେବତୀ ଘରେ ଲୁଚି ରହୁଥିଲେ । ସମୟ କ୍ରମେ ଘଟଣାଟି ଗଣମାଧ୍ୟମ ଜରିଆରେ ସାରା ରାଜ୍ୟରେ ପ୍ରଚାରିତ ହୋଇଥିଲା । ରେବତୀକୁ ସରକାର ତରଫରୁ ବିଭିନ୍ନ ସୁବିଧା ସୁଯୋଗ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କଠୁ ପ୍ରତିଶୃତି ମିଳିଥିଲା । ପରବର୍ତ୍ତୀ ସମୟରେ ସରକାରୀ ସହାୟତାରେ ରେବତୀକୁ କଟକ ବଡ଼ ମେଡିକାଲ ନେଇ ଅସ୍ତ୍ରପ୍ରଚାର ସହିତ ପ୍ଲାଷ୍ଟିକ ସର୍ଜରୀ କରାଯାଇଥିଲା । କିନ୍ତୁ ସରକାର ପ୍ରତିଶୃତି ଦେଇଥିବା କଥା ପ୍ରତିଶୃତି ହିଁ ରହିଯାଇଥିଲା । ଶେଷରେ ରେବତୀ ନିଜେ ଏକାକୀ ସଂଘର୍ଷ କରି ଜଙ୍ଗଲ ଜାତ ଦ୍ରବ୍ୟ, ଟୁଲ, ମହୁଲ, ଶାଳ ମଞ୍ଜି ଚାର, ଆମ୍ବ, କେନ୍ଦୁ ସଂଗ୍ରହ ଓ ଜଙ୍ଗଳରୁ ଶାଳ ପତ୍ର ତୋଳି ଖଲି ଚଇତି ତିଆରି ସହିତ ଛେଳି ଓ ଗ୍ରାମର ଗୋରୁ ଗାଈ ଚରାଇ ଜୀବନ ବିତାଇ ଥିଲା । ରେବତୀ ଘଟଣାକୁ ନେଇ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଆଜକୁ ଦଶ ମାସ ତଳେ ବୌଦ୍ଧ ଜିଲ୍ଲାପାଳ ଭାବେ କାର୍ଯ୍ୟ ଭାର ନେବା ପରେ ସେ ସମୟରେ ଏକ ପ୍ରେସମିଟ କରି ରେବତୀକୁ ପ୍ରଶାସନିକ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ପୂର୍ବରୁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଆର୍ଥିକ ସହାୟତା କରିଥିଲେ । ପରେ ଝାଟି ମାଟି କୁଡ଼ିଆରେ ରହୁଥିବା ରେବତୀକୁ ଏକ ପକ୍କା ଘର, ଜୀବନ ଜୀବିକା ପାଇଁ ପୁଣି ୨୦,୦୦୦ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ଆଗାମୀ ଦିନରେ ରେବତୀର ପ୍ରତ୍ୟେକ ଅସୁବିଧାକୁ ଜିଲ୍ଲା ପ୍ରଶାସନ ପୂରଣ କରିବ ବୋଲି ଗତକାଲି ଚାରିଛକ ଫରେଷ୍ଟ ବଙ୍ଗଳା ଠାରେ ଏକ ପ୍ରେସ ମିଟରେ ମାଧ୍ୟମରେ ଜିଲ୍ଲାପାଳ ଜଣାଇଥିଲେ । ତାହା ଆଜି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମିଳିତ ଭାବେ ରେବତୀ ଘରକୁ ଯାଇ ତାର ଦୁଃଖ ସୁଖ ପଚାରିବୁଝିବା ଓ ପ୍ରଶାସନ ପକ୍ଷରୁ ଚାଉଳ, ଚୁଡା, ଶାଢୀ ଏବଂ ୨୦ହଜାର ଟଙ୍କାର ଆର୍ଥିକ ସହାୟତା ଦେଇଥିବା ଜଣାପଡିଛି । ଏପରିକି ଖୁବ ଶୀଘ୍ର ରେବତୀଙ୍କୁ ମୋ କୁଡ଼ିଆ ଘର ଯୋଗାଇଦିଆଯିବ । ସୂଚନା ଥାଉକି ପୂର୍ବରୁ ରେବତୀଙ୍କୁ ନେଇ ପ୍ରଶାସନ କିଛିମାତ୍ରାରେ ସହାୟତା କରିଥିଲେ ମଧ୍ୟ ତାହା ପରବର୍ତ୍ତୀ ସମୟରେ ରେବତୀଙ୍କ ମୌଳିକ ସୁବିଧା ବା ସରକାରୀ ସହାୟତାରୁ ବଞ୍ଚିତ ହୋଇ ରହିଥିଲେ । ଦୀର୍ଘ ୧୦ମାସ ତଳେ ବୌଦ୍ଧକୁ ସତ୍ୟ ରଞ୍ଜନ ସାହୁ ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବା ପରେ ରେବତୀଙ୍କ ସମସ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ ତୁରନ୍ତ ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା, ରହିବାକୁ ଏକ ଆବାସ ଘର ପାଇଁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଏବଂ ପରିବର୍ତ୍ତୀ ସମୟ ରେ ୨୦ହଜାର ଆର୍ଥିକ ସହାୟତା ସହ ରେବତୀଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରଠୁ ଆରମ୍ଭ କରି ବିଭିନ୍ନ ସମୟରେ ତାର ବ୍ୟକ୍ତିଗତ ଅସୁବିଧାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ସହାୟତାର ହାତ ବଢାଇବ ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି ।

hiring

hiranchal ad1
Leave A Reply

Your email address will not be published.

15 − 8 =