ଟ୍ରାକ୍ଟରରେ ଓଭର ଲୋଡିଂରେ ବାଲି ଚାଲାଣ, ପ୍ରଶାସନ ଚୁପ୍‌

0 49

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଦୀର୍ଘ ଦିନ ହେଲା ବାଲି ଓଭର ଲୋଡିଙ୍ଗ ଚାଲିଥିବା ବେଳେ ରାଜସ୍ୱ ବିଭାଗ ସବୁଜାଣି ଚୁପ ବସି ଥିବା ଭଳି ମନେ ହେଉଛି । ଟ୍ରାକ୍ଟରରେ ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଛି । ପ୍ରକାଶ ଥାଉ କି କାଶୀନଗରରୁ ବାଲି ଟ୍ରାକ୍ଟରରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯାତାୟତ କରୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ନ ଦେବା ସହରବାସୀଙ୍କୁ ଚକିତ କରିଛି । ସହରରେ ବାଲି ଓଭର ଲୋଡିଙ୍ଗ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଥିଲେ ମଧ୍ୟ ସମସ୍ତଙ୍କୁ ଚକିତ କରିଛି । ଟ୍ରାକ୍ଟରରେ ତିନି ସେମି ନେବା ଜାଗାରେ ଛଅ ସେମି ନେଉଥିବାର ଦେଖିବାକୁ ମିଳିଛି । ଏହି ଓଭର ଲୋଡିଙ୍ଗ ପ୍ରତି ବିଭାଗୀୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ପଡିବ କେବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

5 + sixteen =