ଗାଁ ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ,ହତ୍ୟା ସନ୍ଦେହ

0 697

ହରଭଙ୍ଗା : ଦାଣ୍ଡରେ ପଡିଛି ଯୁବକଙ୍କ ମୃତଦେହ । ମୃତ୍ୟୁର କାରଣ ଅସ୍ପଷ୍ଟ । ସୂଚନା ଅନୁଯାୟୀ ବୌଦ୍ଧ ଥାନା ତାକୁଡ଼ ଗ୍ରାମର ରାସ୍ତା ଉପରେ ଏକ ମୃତଦେହ ପଡିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ । ତେବେ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରାଯାଉଛି । ସକାଳୁ ଖବର ପ୍ରଚାରିତ ହେବା ପରେ ମୃତଦେହ ଦେଖିବା ପାଇଁ ଆଖପାଖ ଅଂଚଳରୁ ଲୋକେ ଭିଡ଼ ଜମିଥିଲା । ପରିବାର ଲୋକେ ପହଂଚି ଉକ୍ତ ମୃତଦେହ ଚିହ୍ନଟ କରିଛନ୍ତି । ମୃତକ ହେଲେ ପୁରୁଣାକଟକ ଥାନା ଛେଳିଲେଣ୍ଡି ଗ୍ରାମର ରମେଶ ବାରିକ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିବା ବେଳେ ଘଟଣା ସ୍ଥଳରେ ପାଲିସ ପହଂଚି ନଥିବା ଜଣାପଡିଛି । ପୋଲିସ ତଦନ୍ତ ପରେ ଏହା ହତ୍ୟା ନାଁ ଆତ୍ମହତ୍ୟା ସଠିକ ଜଣାପଡିବ ।

hiranchal ad1
Leave A Reply

Your email address will not be published.

9 − 8 =