ଗନ୍ଧରାଡି ମନ୍ଦିର ସ୍ୱାଗତ ତୋରଣରେ ସ୍ମୃତି କମିଟି ପକ୍ଷରୁ ଦୀପ ଦାନ

0 23

ଜହ୍ନାପଙ୍କ:ଗନ୍ଧରାଢୀ ମନ୍ଦିରର ଜହ୍ନାପଙ୍କ ଛକରେ ଥିବା ସ୍ୱାଗତ ତୋରଣର ଉଦ୍ୟୋକ୍ତା ସ୍ୱର୍ଗତ ଉମା ଶଙ୍କର ଯୋଶୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ଯୋଶୀ ସ୍ମୃତି କମିଟି ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ତୋରଣର ଚାରି ପାର୍ଶ୍ୱରେ ଦୀପ ଦାନ କରିବା ସହିତ ତାଙ୍କର ସ୍ମୃତି ଚାରଣ କରାଯାଇଥିଲା । ସୂଚନାଯୋଗ୍ୟ ଯେ ସ୍ୱର୍ଗତ ଯୋଶୀଙ୍କ ଉଦ୍ୟମରେ ଏହି ସ୍ୱାଗତ ତୋରଣ ସମ୍ବଲପୁରର ବିଶିଷ୍ଟ ଶିଳ୍ପପତି ସ୍ୱର୍ଗତ ରମେଶ ମୁରଜାନିଙ୍କ ଆର୍ଥିକ ସହାୟତାରେ ଏହା ୨୦୦୬ ରେ ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଉଦଘାଟନ କରାଯାଇଥିଲା ।ପୂଜକ ଜିତେନ୍ଦ୍ର ହୋତା ପୂଜାର୍ଚ୍ଚନା କରିଥିଲେ । ସ୍ମୃତି କମିଟିର ତପସ୍ୱିନୀ ଯୋଶୀ, ଅମନ ଯୋଶୀ, ଅଞ୍ଜଳି ଶତପଥୀ, ପ୍ରଫୁଲ୍ଲ ଜେନା, ବିକ୍ରମ ରଣା, ସ୍ମୃତି ପ୍ରଧାନ, ଯୋଗେନ୍ଦ୍ର ମେହେର, ଅଜୁ ପ୍ରଧାନ, ସୁରମଣି ବେହେରା,ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

5 × 5 =