୫ଦିନ ପରେ ଉଦ୍ଧାର ହେଲା ଅପହୃତା ଶିଶୁକନ୍ୟା

0 221

ଚମ୍ପୁଆ: ଚମ୍ପୁଆ ଥାନା ଅନ୍ତର୍ଗତ ପାଂଚପୋଖରିଆଠାରେ ଗତ ବୁଧବାର ଦିନ ଏକ ୪ ବର୍ଷର କନ୍ୟା ଶିଶୁକୁ ଧରି ଅଜଣା ବ୍ୟକ୍ତି ଫେରାର ହୋଇଯାଇଥିବା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । କେନ୍ଦୁଝର ଏସପି କୁଲସଲକର ନିତିନଙ୍କ ନିର୍ଦ୍ଦେଶ କ୍ରମେ ଚମ୍ପୁଆ, ଝୁମ୍ପୁରା, ବାରିଆ ଓ ପାଟଣା ପୋଲିସ ପକ୍ଷରୁ ଏହି ଶିଶୁ କନ୍ୟାର ଉଦ୍ଧାର ପାଇଁ ଦିନରାତି ଏକ କରି ଖୋଜାଖୋଜି ଆରମ୍ଭ କରାଯାଇଥିଲା । ପରିଶେଷରେ ଆଜି କେନ୍ଦୁଝର ଯୋଗି ମଠ ଅଂଚଳରେ ଶିଶୁଟି ଥିବା ଖବରପାଇ ପୋଲିସ ଶିଶୁଟିକୁ ଉଦ୍ଧାର କରିଥିଲେ ମଧ୍ୟ ଅପହୃତାକୁ ଗିରଫ କରାଯାଇପାରିନାହିଁ ବୋଲି ତଦନ୍ତ କାରୀ ଅଧିକାରୀ ଶାନ୍ତନୁ କୁମାର ଜେନା ସୂଚନା ଦେଇଛନ୍ତି । ଏହି ଶିଶୁ ଉଦ୍ଧାର କାର୍ଯ୍ୟରେ ଡ୍ରାଇଭର ସଂଘ ସହାୟତା କରିଥିଲା । ସୂଚନା ଅନୁସାରେ ପାଂଚପୋଖରିଆ ଗ୍ରାମ ନିକଟ ଶିରପୁରରେ କିଛି ଦିନ ହେବା ଆସି ରହୁଥିବା ଅଜଣା ଯୁବକ ଜଣକ ଲକ୍ଷ୍ମଣ ନାଏକ ସହ ସମ୍ପର୍କ ଯୋଡିଥିଲେ । ଏପରିକି ଅନେକ ସମୟରେ ମିଳିତ ଭାବେ ଉଭୟ କାମ ଧନ୍ଦା ମଧ୍ୟ କରୁଥିଲେ । ମାତ୍ର ଗତକାଲି ଶିରପୁର ଛକଠାରେ ଥିବା ହାଣ୍ଡିଆ ଭାଟିରେ ଉଭୟ ହାଣ୍ଡିଆ ପିଇ ସାରିବା ପରେ ଲକ୍ଷ୍ମଣ ନାଏକ ଚମ୍ପୁଆ ପଳାଇ ଯିବାର ସୁଯୋଗ ନେଇ ଅଜଣା ବ୍ୟକ୍ତି ଜଣକ ୪ ବର୍ଷର କନ୍ୟା ଶିଶୁକୁ କିଛି ଖାଦ୍ୟ କିଣି ଦେବାକୁ କହି ସେଠାରୁ ନେଇ ପଳାଇଯାଇଥିଲା । ଘର ଲୋକ ଅନେକ ସମୟ ଅପେକ୍ଷା କରିବା ପରେ ମଧ୍ୟ ଉକ୍ତ ବ୍ୟକ୍ତି ଜଣକ ନଫେରିବାରୁ ସ୍ଥାନୀୟ ଲୋକଙ୍କ ସହ ମିଶି ପରିବାରର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଶିଶୁ କିମ୍ବା ସେ ବ୍ୟକ୍ତିର ସନ୍ଧାନ ମିଳିପାରିନଥିଲା । ଫଳରେ ଘର ଲୋକ ଏ ନେଇ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ-୧୧୦/୨୩ ରଜୁ କରି ବିଭିନ୍ନ ସ୍ଥାନରେ ଛାପା ମାରିଥିଲେ ।

hiranchal ad1
Leave A Reply

Your email address will not be published.

1 + 20 =