ପୁରୀ ସହରରେ ଆରଟିଓଙ୍କ ଅଚାନକ ଚଢ଼ାଉ, ଅଟୋ ଡ୍ରାଇଭରଙ୍କୁ ୨୦ ହଜାର ଫାଇନ

0 158

ପୁରୀ : ଆଜି ପୁରୀ ଜ଼ିଲ୍ଲା ସଦର ଥାନା ଛକ ଓ ସହର ବିଭିନ୍ନ ଛକ ମାନଙ୍କରେ ଆରଟିଓ ରବୀନ ପଟ୍ଟନାୟକ ଅଚାନକ ଚଢ଼ାଉ କରି ଗାଡି ମଟର ଯାଞ୍ଚ କରିଥିଲେ । ଦ୍ରୁତ ଗତିରେ ବେନିୟମ ଯାତ୍ରା କରୁଥିବା ଜଣେ ଅଟୋଚାଳକକୁ ପୁରୀ ଆରଟିଓ ଅଟକାଇ ଥିବାବେଳେ ଡ୍ରାଇଭର ମଦ ପିଇ ଥିବା ଜଣା ପଡିଥିଲା । ଉକ୍ତ ଡ୍ରାଇଭରଙ୍କୁ କୋଡିଏ ହଜାର ଫାଇନ କରି ଗାଡିକୁ ସଦର ଥାନା ଠାରେ ସିଜ କରାଯାଇଥିଲା । ଆଜି ଚଢ଼ାଉ ବେଳେ ୪୮ ଗୋଟି ଇ-ଚାଲାଣ କରାଯାଇ ବିଭିନ୍ନ ଯାନ ବାହାନ ଯାଞ୍ଚ କରି ସମୁଦାୟ ଦୁଇ ଲକ୍ଷ ୯୩ ହଜାର ୨୧୩ ଟଙ୍କା ଫାଇନ କରାଯାଇଛି । ଏହି ଯାଞ୍ଚ ବେଳେ ଟ୍ରାଫିକ ଅଫିସର ଏସ କେ ପାତ୍ର, କନେଷ୍ଟବଲ ରାଜେଶ ସାମନ୍ତ ସିଂହାର, ଅଶୋକ କେଷ୍ଟା ପ୍ରମୁଖ ଷ୍ଟାଫ ସାମିଲ ଥିଲେ । ଆଗାମୀ ଦିନରେ ଜ଼ିଲ୍ଲାରେ ଦୁର୍ଘଟଣା ମୃତ୍ୟୁ ହାର ରୋକିବା ପାଇଁ ଏହି ବିଭାଗର ସ୍ପେଶାଲ ଡ୍ରାଇଭ କାର୍ଯ୍ୟକ୍ରମ ଓ ଆରଟିଓଙ୍କ ଅଚାନକ ପରିଦର୍ଶନ କାର୍ଯ୍ୟକ୍ରମ ଜାରି ରହିବ ଓ ନିଶା ଗ୍ରସ୍ତ ଡ୍ରାଇଭର, ବେନିୟମ ଗାଡି ଚାଳନା ଉପରେ ଜୋରଦାର ଫାଇନ ଆଦାୟ କରାଯିବ ଏବଂ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ମିଡ଼ିଆଙ୍କୁ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seven − four =