ଭାସମାନ ପଥରକୁ ଦେଖିବାକୁ ବଢୁଛି ଲୋକଙ୍କ ଭିଡ, ଦେଖନ୍ତୁ ଭିଡିଓ

0 108

ପୁରୀ : ଶୁକ୍ରବାର ସନ୍ଧ୍ୟାରେ ସମୟରେ ପୁରୀ ଗୋପ ବ୍ଲକ ଅଧିନ ବେଦପୁର ପଂଚାୟତ ବାଲିସାହି ଗ୍ରାମର ସଞ୍ଜୟ କୁମାର ବେହେରା ପଥର ଭସା ନଦୀ ସଂଲଗ୍ନ ଗୋପ ବ୍ରାଞ୍ଚ କେନାଲରେ ମଇଁଷି ଗୋଠକୁ ଗାଧୋଇବା ସମୟରେ ହଠାତ ଏକ ୧୦ ରୁ ୧୫ କିଲୋ ଓଜନର ପଥର ଆକୃତିର ଏକ ବସ୍ତୁ ଭାସୁଥିବା ଦେଖିବାକୁ ମିଳିଥିଲା । ପରେ ଏହାକୁ ଉଠାଇବାରେ ଏହାର ଓଜନ ପ୍ରାୟ ୧୦ ରୁ ୧୫ କିଲୋ ଜାଣିବା ପରେ ହଠାତ ସେ ଚକିତ ହୋଇ ପଡ଼ିଥିଲେ । ଏସମ୍ପର୍କରେ ସ୍ଥାନୀୟ କିଛି ଲୋକଙ୍କୁ ଅବଗତ କରିବା ବେଳେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ପଥରରେ ହନୁମାନ, ଶିବ, ତାରେଣୀ ରାଧାକୃଷ୍ଣଙ୍କ ଚିହ୍ନ ଥିବା ଦେଖିବାକୁ ମିଳିଛି । ଉକ୍ତ ଭାସମାନ ପଥରକୁ ଲୋକ ମାନେ ସ୍ଥାନୀୟ ବଳରାମ ଗାଦିରେ ପୂଜାର୍ଚ୍ଚନା କରୁଛନ୍ତି ।

hiring


ସ୍ଥାନୀୟ ପଥର ଭସା ନଦୀ ସଂଲଗ୍ନ ମା ଜାଗୁଳାଇ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ବଳରାମ ଦାସଙ୍କ ସମାଧି ପୀଠ ନିକଟରେ ଏହି ଭାସ ମାନ ପଥର ଠାବ ହୋଇଥିବାରୁ ଏହା କୌଣସି ସାଧାରଣ ପଥର ନୁହେଁ । ଏହା ଏକ ଅଲୈକିକ ପଥର ଭାବି ଜନସାଧାରଣଙ୍କ ମଧ୍ୟରେ ଉତ୍ସାହ ଲାଗିରହିଥିବା ବେଳେ ପଥରକୁ ଦେଖିବା ଲାଗି ଜନ ସମାଗମ ବଢ଼ିବାରେ ଲାଗିଛି । ଏହି ପଥର କୁ କିଛି ଯୁବକ ଭକ୍ତ ବଳରାମ ଗାଦିରେ ସୁରକ୍ଷିତ ଭାବେ ରଖିଥିବା ଜଣାପଡ଼ିଛି । ଅନ୍ୟପଟେ ପଥରଟି ଏତେ ଓଜନ ସତ୍ତେ୍ୱ କଣ ପାଇଁ ଭାସୁଛି ତାର କିଛି ଭଗ୍ନ ଅଂଶକୁ ନେଇ କିଛି ଯୁବକ ହାତରେ ଘସିଥିବା ବେଳେ ସିମେଣ୍ଟ ମୁଣ୍ଡା ଭଳି ଦିଶୁଥିବା ଏହି ପଥର ପାଉଁଶ ଭଳି ଗୁଣ୍ଡ ହେବା ସହ ହାତ ଗରମ ହୋଇଯାଉଛି । ପଥରରେ ହନୁମାନ, ଶିବ,ରାଧାକୃଷ୍ଣ ଓ ତାରେଣୀ ମାଙ୍କ ଚିହ୍ନ ଥିବା ଦେଖିବାକୁ ମିଳିଥିବା ଗ୍ରାମବାସୀ କହିଛନ୍ତି । ତେବେ ଏହା ଏକ ମହାକାଶରୁ ଖସିପଡିଥିବା ପଥର କିମ୍ବା ଉଲୁକା ପିଣ୍ଡ ହୋଇଥାଏ ପାରେ ବୋଲି ଚର୍ଚ୍ଚା ହେଉଛି । ଏହି ପଥରକୁ ନେଇ ଗବେଷଣା କରାଗଲେ ପ୍ରକୃତ ତଥ୍ୟ ଲୋକଲୋଚନକୁ ଆସିପାରିବ ।

hiranchal ad1
Leave A Reply

Your email address will not be published.

1 + nineteen =