ଆକାଶ କୁମାର ଦିଗାଲ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ

0 116

ଫୁଲବାଣୀ,୩୧/୭:- କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ନିକଟସ୍ଥ ଟିପାରୀଗାଁ ଗ୍ରାମର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଆକାଶ କୁମାର ଦିଗାଲ ୩୧୯ ନଂ ରେଙ୍କ ରଖି ଓଏଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କ ପାଇଁ ସମଗ୍ର ଜିଲ୍ଲା ସମେତ ଟିକାବାଲି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଆକାଶ କୁମାର ଦିଗାଲଙ୍କ ବାପା କାଶୀନାଥ ଦିଗାଲଙ୍କ ଦେହାନ୍ତ ଘଟିଥିବା ବେଳେ ମା ଦାଇମତି ଦିଗାଲ ଆକାଶଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରି ଆସୁଥିଲେ । ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆକାଶ ପରିବାର, ଜିଲ୍ଲା ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ଆକାଶ ଦିଗାଳଙ୍କ ଭାଇ ସୁବଳ ଦିଗାଲ ଗାଁ ବାହାରେ ରହି ଶିକ୍ଷା ଅର୍ଜନ କରନ୍ତି । ଦାରିଦ୍ର୍ୟତା ଆଗରେ ହାର ମାନିନଥିଲା ଆକାଶଙ୍କ ଇଚ୍ଛାଶକ୍ତି । ପରିବାର ଉତ୍ସାହ ଓ କଠିନ ପରିଶ୍ରମ ତାଙ୍କୁ କୃତକାର୍ଯ୍ୟ ଦିଗରେ ଆଗକୁ କଢେଇ ନେଇଥିଲା । ଆକାଶ ବିଟେକ ଇଞ୍ଜିନିୟରିଂ ସରିବା ପରେ ଏମଟେକ ପାଠପଢା ମଧ୍ୟ ସରାଇଛନ୍ତି । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।

hiranchal ad1
Leave A Reply

Your email address will not be published.

4 × 4 =