ଚାରିଛକର ପ୍ରିୟଦର୍ଶିନୀ ସାହୁ ଓଏସ ପରୀକ୍ଷାରେ ୧୪୧ ସ୍ଥାନରେ

0 260

ହରଭଙ୍ଗା,୩୧/୭:- ପ୍ରିୟଦର୍ଶିନୀ ସାହୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକସ୍ଥିତ ସରୋଜ ସାହୁଙ୍କ ଝିଅ ବର୍ତ୍ତମାନ ସେମାନେ ଚାରିଛକରେ ରହୁଥିବାବେଳେ ଚଳିତବର୍ଷ ଓଡିଶା ପ୍ରଶାସନିକ ପରୀକ୍ଷାରେ ସେ ୧୪୧ ସ୍ଥାନରେ ରହିଛନ୍ତି । ସେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ-୨୦୧୩/୧୪ ର ଦଶମ ଶ୍ରେଣୀର ପୂର୍ବ ଛାତ୍ରୀ ଥିଲେ । ପ୍ରିୟଦର୍ଶିନୀ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ) ପରୀକ୍ଷାରେ ସଫଳତା ପାଇଥିବାରୁ ନିଜକୁ ବହୁତ ଖୁସିଥିବାବେଳେ ପରିବାର ଓ ଗୁରୁଜନଙ୍କ ଆଶୀର୍ବାଦ ରହିଛି ବୋଲି କହିଥିଲେ । ତାଙ୍କର ସଫଳତା ପରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣାକଟକ, ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ତାଙ୍କ ସହପାଠୀ ଶୁଭେଛୁମାନେ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

6 + fifteen =