୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ନିଯୁକ୍ତ ହେଲେ ଅଧ୍ୟକ୍ଷ, ବୌଦ୍ଧ ପାଇଁ ଭଗବାନ କହଁର

0 394

ଭୁବନେଶ୍ୱର,୧/୮: ୧୪ଟି ନୂତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପାଇଁ ରାଜ୍ୟ ସରକାର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ଦିଆଯାଇଛି ।ଏହି ୧୪ ଜଣ ନୂତନ ଅଧ୍ୟକ୍ଷ ହେଲେ – ଅନୁଗୁଳ ଜିଲ୍ଲା – ଶ୍ରୀ ସଦାଶିବ ନାୟକ, ବାଲେଶ୍ୱର – ଶ୍ରୀ ମଦନ ମୋହନ ମାଝୀ, ବଲାଙ୍ଗୀର – ଶ୍ରୀ ବ୍ରଜମୋହନ ବିଶୋଇ, ବୌଦ୍ଧ – ଶ୍ରୀ ଭଗବାନ କହଁର, ଢେଙ୍କାନାଳ – ଶ୍ରୀ ସୁରେନ୍ଦ୍ର ହେମ୍ବ୍ରମ, ଯାଜପୁର – ଶ୍ରୀ ଲମ୍ବୋଦର ମୁଣ୍ଡା, କଳାହାଣ୍ଡି – ଶ୍ରୀ ଶିବାଜୀ ମାଝୀ, ନୂଆପଡା – ଶ୍ରୀ ଭଗତରାମ ମାଝୀ, ସମ୍ବଲପୁର – ଶୋଭାରାମ ପ୍ରଧାନ, ଦେବଗଡ – ପାଞ୍ଜିଆ ଭୋଇ, ବରଗଡ – ସୁଶୀଳା ଭୋଇ, ଝାରସୁଗୁଡା – ମୋହନ କିଶାନ, ନୟାଗଡ– ଜାନକୀ ଦେହୁରୀ, ଗଞ୍ଜାମ – ବିଦ୍ୟାଧର ଜାନୀ । ସୂଚନାଯୋଗ୍ୟ ଯେ ୨୦୧୭ ମସିହାରୁ ୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟକାରୀ ହେଉଥିଲା । ନିକଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଉ ୧୪ଟି ଜିଲ୍ଲାକୁ ସଂପ୍ରସାରିତ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏହି ପରିଷଦ ଗୁଡିକ ଜରିଆରେ ରାଜ୍ୟର ଜନଜାତି ମାନଙ୍କର କଳା, ସଂସ୍କୃତି ଓ ଐତିହ୍ୟର ସଂରକ୍ଷଣ ଓ ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଉଛି ।

hiranchal ad1
Leave A Reply

Your email address will not be published.

1 + 18 =