କୁମାରୀ ଗ୍ରାମରେ ପାଣି ପାଇଁ କଳି, ପ୍ରତିବାଦରେ ଜଳ ଯୋଗାଣ କେନ୍ଦ୍ରରେ ପଡିଲା ତାଲା

0 160

ହରଭଙ୍ଗା : ବେଶ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହରେ ବାୟୁ ମଣ୍ଡଳ ତାପମାତ୍ର ୪୪ଡିଗ୍ରୀ ଉର୍ଦ୍ଧ୍ୱରେ ରହୁଛି । ଏପଟେ ଉତ୍ତାପକୁ ନେଇ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଅନ୍ୟପଟେ ପାନୀୟ ଜଳର ସମସ୍ୟା ନେଇ ଲୋକଙ୍କ ଭିତରେ କଳି ଉପୁଜୁଥିବା ଦେଖାଦେଇଛି । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ଉପାନ୍ତ ଅଂଚଳ ତଥା କୁସଙ୍ଗ ପଞ୍ଚାୟତ କୁମାରୀ ଗ୍ରାମରେ । ଗ୍ରାମବାସୀଙ୍କ ଅଭିଯୋଗ ମତେ ଉକ୍ତ ଗ୍ରାମରେ ୫ଗୋଟି ସାହି ପାଇଁ ଜଳ ଯୋଗାଣ କେନ୍ଦ୍ର ଠାରୁ ପାନୀୟ ଜଳ ଯୋଗାଇ ଦେଉଥିଲେ ମଧ୍ୟ ବହୁ ସମୟରେ କେଉଟ ସାହି ଓ ହରିଜନ ସାହିକୁ ଏହି ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବାରମ୍ବାର ଅନିୟମିତତା ହେଉଥିବାରୁ ଗ୍ରାମବାସୀଙ୍କ ଭିତରେ ଅସନ୍ତୋଷ ପ୍ରକାଶ ବୃଦ୍ଧି ପାଉଥିଲା । ପାନୀୟ ଜଳ ସମସ୍ୟାର ଅସନ୍ତୋଷକୁ ନେଇ ଉଗ୍ର ରୂପ ଧରି ନିଆଁ କୁହୁଳୁ ଥିବାବେଳେ ବୁଧବାର ଦିନ ଉଭୟ ଦୁଇ ସାହିର ଜନ ସାଧାରଣ ବିଭାଗର ମନମୁଖୀ କାର୍ଯ୍ୟକୁ ନେଇ ଯୋଗାଗ କେନ୍ଦ୍ରରେ ତାଲା ପକାଇବା ସହିତ ସମସ୍ୟାର ସମାଧାନ ପାଇଁ ଧାରଣାରେ ଦେଇଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀ ଜିଲ୍ଲାପାଳ ଓ ବିଡିଓଙ୍କୁ ସମସ୍ୟାର ଦୃଷ୍ଟି ଆକର୍ଷଣ କରିଥିଲେ । ଘଟଣାକୁ ନେଇ ତୁରନ୍ତ ବ୍ଲକ ଜଳ ଓ ପରିମଳ ଯନ୍ତ୍ରୀ ପ୍ରଦୀପ ଜେନା ଘଟଣା ସ୍ଥଳରେ ପହଂଚି ଜଳ ଯୋଗାଣର ସମସ୍ୟା ପଚାରି ବୁଝିବା ସହ ଜଳ ଯୋଗାଣ କେନ୍ଦ୍ରର କାର୍ଯ୍ୟରତ ପରିଚାଳକଙ୍କୁ ସୁଚାରୁ ରୂପେ ଜଳ ଯୋଗାଇଦେବା ପାଇଁ ତାଗିତ କରିଥିଲେ । ଗ୍ରାମର ପାନୀୟ ଜଳ ସମସ୍ୟାକୁ ନେଇ ଖୁବ ଶୀଘ୍ର ଏକ ଖୋଲାକୂପ ଖନନ କରାଯିବା ପାଇଁ ବିଭାଗ ପକ୍ଷରୁ ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

2 × 4 =