ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟରେ ବିକାଶ ଛାତ୍ରଛାତ୍ରୀଙ୍କ ସଫଳତା

0 235

ଭବାନୀପାଟଣା: ଆଜି ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରେଜଲ୍ଟ ସହ ଜିଲ୍ଲାରେ ଉଭୟ ବିଭାଗରେ ଟପ୍ପର ହୋଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାରେ ବିଜ୍ଞାନରେ ପାସ ହାର ୮୮.୯୨ ପ୍ରତିଶତ ହୋଇଥିବା ବେଳେ ବିକାଶ କଲେଜରେ ମୋଟ ୧୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା ଫଳ ଆସିଥିବା ବେଳେ ସୁଜିତ କୁମାର ସାହୁ ୯୨.୧୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲାର ଟପ୍ପର ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ମଧ୍ୟ ଏହି କଲେଜର ୨୭ ଜଣ ପରୀକ୍ଷା ଦେଇ ଶତ ପ୍ରତିଶତ ରେଜଲ୍ଟ କରିଥିବା ବେଳେ ତାନିଷା ବଂଶଲ ୯୨.୬୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲର ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତାରେ କଲେଜର ଅଧ୍ୟକ୍ଷ ଡି ମୁରଲୀ କ୍ରିଷ୍ଣା, କଲେଜର ନିର୍ଦ୍ଦେଶକ ଡି ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡି ରାମ, ଏକାଡେମୀକ ଇନଚାର୍ଜ ଡି ବିଜୟା, କଲେଜ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ ଓ ଶୁଭେଚ୍ଛା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 4 =