ମୋଟେର ଉପ୍ରା ବିଦ୍ୟାଳୟରେ ବିଜ୍ଞାନ ମେଳା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ

0 37

କୋକସରା : କୋକସରା ବ୍ଲକ ମୋଟେର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ମଙ୍ଗଳବାର ବିଜ୍ଞାନ ମେଳା ଓ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ବିଜ୍ଞାନ ମେଳାରେ ମୋଟେର ଜୋନ ଜିଲ୍ଲା ପରିଷଦ ସଭ୍ୟା ବୈଜୟନ୍ତୀ ପୁଝାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମୁଦାୟ ୨୫ଟି ପ୍ରକଳ୍ପ ପ୍ରଦର୍ଶନୀ ହେଇଥିବା ବେଳେ ମୋଟେର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଚିତ୍ତରଞ୍ଜନ ଦାସ, ଜଳତାମୁଣ୍ଡା ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ପ୍ରସନ୍ନ କୁମାର ସ୍ୱାଇଁ ବିଭିନ୍ନ ପ୍ରକଳ୍ପର ମାନ ନିର୍ଣ୍ଣୟ କରିଥିଲେ । ବିଜ୍ଞାନ ମେଳାରେ ଗିରିସୁତା ମାଝୀ, ଦିପେଶ ଦାସ, ମିନାକ୍ଷୀ ପଟେଲ, ଦୀପିକା ଦାସଙ୍କ ପ୍ରକଳ୍ପକୁ ବିଚାରକମାନେ ଚୟନ କରିଥିଲେ । ସେହିପରି ବାର୍ଷିକ ଉତ୍ସବକୁ ବ୍ଲକ ଶିକ୍ଷା ଅଧିକାରୀ ନେପାଳ ବାଗ ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ତେମ ଲାଲ ଦୁବେ ଯୋଗ ଦେଇଥିଲେ । ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡ ଛିନା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶିକ୍ଷା ଓ କ୍ରୀଡା ହେଉଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟ ଗଠନର ମୂଳ ଉତ୍ସ ବୋଲି କହିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ସମାଜସେବୀ ଦୁଷ୍ମନ୍ତ ପଟ୍ଟଯୋଶୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଶକୁନ୍ତଳା ଜାଲ ଯୋଗ ଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସମୁଦାୟ ୩୬ଟି ବିଭାଗରେ ପ୍ରତିଯୋଗିତା ହୋଇଥିବା ବେଳେ ଗୀତ, ନୃତ୍ୟ,ପ୍ରବନ୍ଧ, ଦୌଡ଼, ପୁଚି ଖେଳ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ରାମନାରାୟଣ ପୁଝାରୀ, ଦିଲୀପ କୁମାର ସାହୁ, ବନଜିନୀ ଭରଦ୍ୱାଜ, ଗୀତାଞ୍ଜଳି ପଣ୍ଡା, ଗୀତାଞ୍ଜଳି ପୁଝାରୀ, ଅମୀୟ ଜେନା, ଆଲୋକ ସାହୁ, ଅବିନାଶ ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଏହି ଅବସରରେ ସାମୁହିକ ଭାବେ ଅତିଥିଙ୍କ ଗହଣରେ ଅଙ୍କୁର ପତ୍ରିକାର ଶୁଭ ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗେଶ୍ୱର ସାଗର ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

2 × three =