ବୌଦ୍ଧ ଯୁବ ରେଡ୍‌କ୍ରସ ପକ୍ଷରୁ ରକ୍ତଦାନ ଶିବିର

0 38

ବୌଦ୍ଧ: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଯୁବ ରେଡକ୍ରସ ପକ୍ଷରୁ ଆଜି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅଭିନାଶ ମିଶ୍ର ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧିକାରୀ ରୂପକ ମହାପାତ୍ର, ବୌଦ୍ଧ ଜିଲ୍ଲା ରକ୍ତଦାତା ସଂଘର ସମ୍ପାଦକ ଦେବାଶିଷ ପୁରୋହିତ, ବରିଷ୍ଠ ରକ୍ତଦାତା ଜୟନାରାୟଣ ମହାନ୍ତି ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ଲଡ୍‌ ବ୍ୟାଙ୍କ୍‌ରେ ରକ୍ତ ଅଭାବ ଦେଖାଦେବାରୁ ଏହି ଶିବିର ପରୀକ୍ଷା ଥିବା ସମୟରେ ମଧ୍ୟ ଆୟୋଜିତ କରାଯାଇଥିଲା । ଏହି ଶିବିରକୁ ବୌଦ୍ଧ ଜିଲ୍ଲା ଯୁବ ରେଡକ୍ରସ ସମ୍ପାଦକ ତଥା ଅଧ୍ୟାପକ ଡଃ ପ୍ରବିର କୁମାର ଦାସ ପରିଚାଳନା କରିବା ସହ ନିଜେ ତାଙ୍କର ୧୦୩ ତମ ରକ୍ତଦାନ କରିଥିଲେ । ଏଥିରେ ୨୫ ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ନୂତନ ରକ୍ତଦାତା ରକ୍ତଦାନ କରି ତାଙ୍କର ରକ୍ତ ସେବାର ଶୁଭାରମ୍ଭ କରିଥିଲେ । ବ୍ଲଡ୍‌ ବ୍ୟାଙ୍କ୍‌ ଅଧିକାରୀ, ଡାକ୍ତର ବିଜୟ କୁମାର ସାହୁ, ଟେକ୍ନିସିଆନ୍‌ ଦେବଦତ୍ତ କିଷାନ, ଦିଲ୍ଲୀପ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ପଞ୍ଚାୟତ ମହାବିଦ୍ୟାଳୟରର ମହିଳା ପରାମର୍ଶଦାତା ଅଧ୍ୟାପିକା ଶ୍ୱେତା ସୁମନ ପଣ୍ଡା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ପ୍ରମାଣ ପତ୍ର ଦେବାରେ ସାହାଯ୍ୟ କରିଥିଲେ ।

hiranchal ad1
Leave A Reply

Your email address will not be published.

eleven + 13 =