ଯୁବ ରେଡକ୍ରସ ତରଫରୁ ସଚେତନତା କାର୍ଯ୍ୟକ୍ରମ

0 43

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଶଙ୍କରାଖୋଲଠାରେ ଅବସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ଜିଲ୍ଲା ସଂଯୋଜକ ଡ଼. ବିଭୁତି ଭୂଷଣ ଆଚାର୍ଯ୍ୟ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଡ଼. ବାବୁଲା ପାଟ୍ଟଯୋଷି ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରେଡକ୍ରସର ଉତ୍ପତ୍ତି, ଇତିହାସ, ସ୍ୱେଚ୍ଛାସେବୀଙ୍କର ସମାଜପ୍ରତି ଦାୟିତ୍ୱ, ରକ୍ତଦାନ, ସଡକ ସୁରକ୍ଷା, ପ୍ରାଥମିକ ଚିକିତ୍ସା , ତମ୍ବାଖୁ ମୁକ୍ତ ବିଦ୍ୟାଳୟ କ୍ୟାମ୍ପସ ଆଦି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଥିଲା । ମୁଖ୍ୟ ଅତିଥି ଡ଼ ଆଚାର୍ଯ୍ୟ ସ୍ୱେଚ୍ଛାସେବୀମାନଙ୍କୁ ଏକ ସୁସ୍ଥ ଓ ସଂସ୍କାରପୂର୍ଣ୍ଣ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅଧ୍ୟାପକ ବୈକୁଣ୍ଠନାଥ ପଣ୍ଡା, କ୍ରୀଡାଶିକ୍ଷକ ଏମ ବାଳକୃଷ୍ଣ ଦୋରାଙ୍କ ସହିତ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ଯୋଗଦେଇଥିଲେ । ଅଧକ୍ଷ ଡ଼ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । କାଉନସେଲର ଶିବରାମ ବେହେରା ଅତିଥିମାନଙ୍କର ପରିଚୟ ପ୍ରଦାନ କରିବା ସହିତ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ଆୟୋଜନ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗୀତା ସମ୍ପର୍କରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ରାମକୃଷ୍ଣ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

fourteen − nine =