ନୂଆଗଡ଼ ବ୍ଳକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

0 148

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଖଜୁରୀପଦାଠାରେ ଆଜି ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ .ତିରୁପତି ରାଓ, ବରିଷ୍ଠ ବିଜେଡି ନେତା ଲକ୍ଷ୍ମୀକାନ୍ତ ପରିଚ୍ଛା, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ, ରାୟଗଡ ବ୍ଳକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ବରିଷ୍ଠ ନେତା ଜାମାଦାର ପଟ୍ଟନାୟକ, ବରିଷ୍ଠ ବିଜେଡି ନେତା ଜଗବନ୍ଧୁ ଦାସ, ବରିଷ୍ଠ ବିଜେଡି ନେତ୍ରୀ ମରିୟମ ରଇତ, ବରିଷ୍ଠ ବିଜେଡି ନେତା ଧନେଶ୍ୱର ଭୂୟାଁ ବହୁ ବିଜେଡି ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ତୃଣମୂଳ ସ୍ତରରେ କିପରି ପହଞ୍ଚି ପାରିବ, ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ସକାଶେ ଲୋକାଭିମୁଖୀ ଯୋଜନା ସଫଳ ରୂପାୟନ କରିବା ସକାଶେ ଲୋକଙ୍କୁ ସଚେତନତା କରାଯାଉଛି । ସଚେତନତା ଦ୍ୱାରା ପ୍ରକୃତ ହିତାଧିକାରୀ ଯୋଜନାରେ ସାମିଲ ହୋଇ ପାରିବ ଓ ତୃଣମୂଳ ସ୍ତରରେ ବିକାଶର ଧାରାକୁ ତ୍ୱରାନ୍ୱିତ କରାଯାଉଛି । ଏହି ପଦଯାତ୍ରା ଦ୍ୱାରା ଜନ ସାଧାରଣ ସଚେତନତା ହୋଇପାରିବେ ଜିଲ୍ଲାର ବିକାଶର ଅଗ୍ରଗତି ହୋଇ ପାରିବ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

2 + three =