ନାନ୍ଦୁପଳା ଗାଁରେ ହାତୀ ଆତଙ୍କ, ୨ଟି ଘର ଭାଙ୍ଗିଲା କ୍ଷତିପୂରଣ ପାଇଁ ଦାବି

0 86

ଖପ୍ରାଖୋଲ,୧୯/୧୦ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅଞ୍ଚଳରେ କିଛିଦିନ ହେବ ୨ ଟି ଜଙ୍ଗଲୀ ହାତୀ ଆସି ଆତଙ୍କ ସୃଷ୍ଟି କରୁଥିବା ଜଣାପଡିଛି । ଗତ କିଛି ଦିନ ହେବ ୨ଟି ହାତୀ ଆଖ ପାଖରେ ଥିବା ଗାଁମାନଙ୍କୁ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହ ଘରେଥିବା ସାମଗ୍ରୀ ନଷ୍ଟ କରି ଦେଉଥିବା ଦେଖିବାକୁ ମିଳୁଛି । ଗତ ବିଳମ୍ବିତ ରାତ୍ରିରେ ଗନ୍ଧମାର୍ଦ୍ଧନ ପାଦଦେଶରେ ଥିବା ନାନ୍ଦୁପଳା ଗାଁ କୁ ୨ ଟିକିଆ ହାତୀପଲ ଆସି ଗାଁର ଚକ୍ରଧର ବାଗ ଏବଂ ଚୈତନ୍ୟ ରାବଣର ମାଆ ରତି ରାବଣ ନାମକ ଏକ ବୃଦ୍ଧାର ଘରକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିବା ବେଳେ ତାଙ୍କ ଘରେ ଥିବା ଚାଉଳ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦେଇଛନ୍ତି । ପ୍ରାୟ ୨ ଘଣ୍ଟା ଧରି ହାତୀ ଉତ୍ପାତ କରିଥିବାବେଳେ ଲୋକ ମାନେ ଭୟଭୀତ ଅବସ୍ଥାରେ ରହିଥିଲେ । ଖବରପାଇ ବନ କର୍ମଚାରୀ ଆସି ହାତୀକୁ ଘଉଡାଇଲା ପରେ ହାତୀସବୁ ଜଙ୍ଗଲକୁ ଚାଲିଯାଇଥିଲେ । ହାତୀଙ୍କ ପାଇଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ କ୍ଷତିପୂରଣ ଦେବା ପାଇଁ ଗାଁ ଲୋକେ ଦାବି ଜଣାଇଛନ୍ତି । ଏନେଇ ହରଶଙ୍କର ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ନକରି ଚୁପ ରହିଥିବାରୁ ଜନଅସନ୍ତୋଷ ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

20 − nineteen =