ନବରଙ୍ଗପୁରରେ ୧୦୦ ୱାଟ ଏଫ୍‌ଏମ୍‌ ଟ୍ରାନ୍ସମିଟର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

0 152

ନବରଙ୍ଗପୁର: ଆଜି ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତରେ ୯୧ ଗୋଟି ୧୦୦ ୱାଟ କ୍ଷମତା ବିଶିଷ୍ଟ ଏଫ ଏମ ଟ୍ରାନ୍ସମିଟର ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ମାନ୍ୟବର ସୂଚନା ଓ ପ୍ରସାରଣ, କ୍ରୀଡା ଓ ଯୁବବିଭାଗ ମନ୍ତ୍ରୀ ଅନୁରାଗ ଠାକୁର ଏବଂ ମାନ୍ୟବର ସୂଚନା ଓ ପ୍ରସାରଣ, ପଶୁ ଓ ମତ୍ସ୍ୟ ପାଳନ ତଥା ଦୁଗ୍ଧ ବିଭାଗର ରାଜ୍ୟପାହ୍ୟା ମନ୍ତ୍ରୀ ଡ଼ଃ.ଏଲ ମୁରୁଗାନ ଉପସ୍ଥିତ ଥିଲେ । ଏହି ଅବସରରେ ଆଭାସୀ ମାଧ୍ୟମରେ ଆୟୋଜିତ ଏହି ଉତ୍ସବରେ ଭାରତର ୯୧ଟି ସ୍ଥାନରେ ଏକା ସମୟରେ ସମ୍ପୃକ୍ତ ଅଞ୍ଚଳର ଜନ-ପ୍ରତିନିଧି, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତଥା ଜନ ସାଧାରଣଙ୍କ ସମାବେଶ ହୋଇଥିଲା । ଏହି ଅବସରରେ ଆକାଶବାଣୀ ଜୟପୁର କେନ୍ଦ୍ର ପକ୍ଷରୁ କୋରାପୁଟ, ମାଲକାନଗିରି ଏବଂ ନବରଂଗପୁରଠାରେ ଏହି ଉଦଘାଟନୀ କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା । ନବରଙ୍ଗପୁର ସହରର ରାଜୁସାହି ଗଣେଷ ମନ୍ଦିର ନିକଟରେ ଏହି ୧୦୦ ୱାଟ ଏଫଏମ ଟ୍ରାନ୍ସମିଟର ଉଦଘାଟିତ ହୋଇଛି । ଏହି ଉତ୍ସବରେ ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର,ଆରକ୍ଷୀ ଅଧୀକ୍ଷକ ଏସ୍‌.ସୁଶ୍ରୀ, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ, ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ଃ. ମଳୟ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ପୂର୍ବତନ ସାଂସଦ ବଳଭଦ୍ର ମାଝୀ, ମୁନିସିପାଲିଟି ଚେୟାରମ୍ୟାନ କୁନୁ ନାୟକ, ବରିଷ୍ଠ ନାଗରିକ ସଂଘର ସଭାପତି ଡଃ ରାଧାନାଥ ବେହେରା, ସମାଜ ସେବୀ ଗୋପବନ୍ଧୁ ବିଶୋଇ, ଜେମାମଣି ବିଶୋଇ, ବିଜୟ ଚୌଧୁରୀ, ଡଃ ବିଜୟ ମିଶ୍ର ଙ୍କସମେତ ଜିଲ୍ଲା ସ୍ତରୀୟ ଅଧିକାରୀ, ନବରଙ୍ଗପୁର ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ସଂଗୀତ ଓ ନାଟକ କ୍ଷେତ୍ରରେ ପ୍ରତିଷ୍ଠିତ କଳାକାର, ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଗଣମାଧ୍ୟମର ପ୍ରତିନିଧୀ ପ୍ରମୁଖ ଯୋଗ ଦେଇଥିଲେ ।
ଆକାଶବାଣୀ ଜଯପୁର ପକ୍ଷରୁ ବରିଷ୍ଠ ଉଦଘୋଷିକା ଅମିତା ଦାସ, ଆକାଶବାଣୀ ଭବାନିପାଟଣାର ସହାୟକ ଯନ୍ତ୍ରୀ ଅଶୋକ କୁମାର ରାଉତ, ତଥା ଟେକ୍ନିସିଆନ ବସନ୍ତ କୁମାର ପାଢୀ, ରାଜଶେଖର, ପ୍ରଭାତୀ ବିଶୋଇ ଉପସ୍ଥିତ ରହି ଏ ଉତ୍ସବକୁ ପରିଚାଳନା କରିଥିଲେ । ସ୍ଥାନୀୟ ଏଫଏମରେ ନିୟୋଜିତ ରବିକୁମାର ଏବଂ ପ୍ରବିର କୁମାର ସାହୁ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

one × three =