ପାରଳାରେ ଆଇନଜୀବୀ ଦିବସ ପାଳିତ

0 159

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ନ୍ୟାୟାଳୟ ପରିସରରେ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ବା ଆଇନଜୀବୀ ଦିବସ ପାଳିତ ହୋଇଯାଇଛି । ଓକିଲ ସଂଘ ର ସଭାପତି ସିଦେ୍ଧଶ୍ୱର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନ୍ୟାୟଧିସ ଓ ନ୍ୟାୟିକ ଅଧିକାରୀମାନେ ଉପସ୍ଥିତ ରହି ନିଜ ମତବ୍ୟକ୍ତ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇଥିଲେ । ମଧୁ ବାବୁଙ୍କ ଓଡ଼ିଶା ପାଇଁ ତ୍ୟାଗ ଓ ସଂଘର୍ଷ ଗାଥା କହିବା ସହ ଆଧୁନିକ ନ୍ୟାୟିକ ବ୍ୟବସ୍ଥାରେ ନୂତନ ଚିନ୍ତାଧାରା ନେଇ ମହକିଲଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ ସେ ବିଷୟ ଆଲୋଚନା ହୋଇଥିଲା । ଓକିଲ ସଂଘ ସଂପାଦକ ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପ ସଭାପତି ବାବୁ ରାଓ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଓକିଲ ସଂଘର ସଦସ୍ୟ ମାନେ ଯୋଗ ଦେବା ସହ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

four × 2 =