୩୦ରେ ଅନୁଷ୍ଠିତ ହେବ ମହାନଦୀ ଉତ୍ସବ -୨୦୨୩

0 39

ସୁବର୍ଣ୍ଣପୁର: ସ୍ଥାନୀୟ ହୋଟେଲ ପ୍ରୋଗ୍ରେସ୍‌ଇନ୍‌ର କଲ୍ୟାଣ ମଣ୍ଡପରେ ମହାନଦୀ ଉତ୍ସବ-୨୦୨୩ ମହାସମାରୋହରେ ପାଳିତ ହେବ । ଏହି ଅବସରରେ “ପଶ୍ଚିମ ଓଡ଼ିଶାରେ ବାନ୍ଧକଳାର ନୂତନ ପ୍ରୟୋଗ’ ନାମରେ ଏକ ଆଲୋଚନାଚକ୍ର ଏବଂ ପଶ୍ଚିମ ଓଡ଼ିଶାର ସ୍ୱତନ୍ତ୍ର ନିମନ୍ତ୍ରିତ କବିମାନଙ୍କୁ ନେଇ “ବର୍ତ୍ତିବହ୍ନି’ନାମରେ ମନୋଜ୍ଞ କବିତା ଉତ୍ସବ ଅନୁଷ୍ଠିତ ହେବ ଓ ମଧ୍ୟାହ୍ନ ବିରତି ପରେ ଜିଲ୍ଲାର ପ୍ରମୁଖ କବିମାନଙ୍କୁ ନେଇ ବର୍ତ୍ତିବହ୍ନି ୨ ନାମକ କବିତା ଉତ୍ସବ ଆୟୋଜିତ ହେବ । ସଂଧ୍ୟାର ସମ୍ବର୍ଦ୍ଧନା ଉତ୍ସବରେ ଉଦଘାଟକ ପ୍ରକାଶଚନ୍ଦ୍ର ମେହେର, ରାଜ୍ୟ ସଭାପତି ବୟନିକା, ଭୁବନେଶ୍ୱରଙ୍କ ସମେତ ସୂର୍ଯ୍ୟନାରାୟଣ ଦାଶ ଜିଲ୍ଲାପାଳ, ଅମରେଶ ପଣ୍ଡା ଆରକ୍ଷୀ ଅଧିକ୍ଷକ, ତାମସୀ ତାମସ୍ମିତା ନାଏକ ମୁନସିପାଲଟି ଅଧ୍ୟକ୍ଷା ସୁବର୍ଣ୍ଣପୁର, ପ୍ରହଲ୍ଲାଦ ମେହେର, କବି ମନୋଜ କୁମାର ପଣ୍ଡା, କବି ଅଶୋକ କୁମାର ମହାପାତ୍ର, କବି ବିରଂଚି ନାରାୟଣ ଦରୱାନ ଏବଂ ଗବେଷକ ଲକ୍ଷ୍ମଣ କୁମାର ମେହେର ଆଦି ମହାମାନ୍ୟ ଅତିଥିଗଣ ଯୋଗଦେବେ ବୋଲି ସହମତି ପ୍ରଦାନ କରିଛନ୍ତି । ଏ ବର୍ଷର ସମ୍ବର୍ଦ୍ଧିତ ପ୍ରତିଭାଗଣ ହେଲେ ଶଶିଭୂଷଣ ମିଶ୍ର, ଅଶ୍ୱିନୀ କୁମାର ପଣ୍ଡା, ପାର୍ବତୀ ଜେନା, ସୂର୍ଯ୍ୟ ଦେଓ ଏବଂ ନନ୍ଦକାହ୍ନା ପୂଝାରୀ । ଏହି ଭବ୍ୟ ଉତ୍ସବରେ ଭକ୍ତି ଅରାଧନା ଦ୍ୱାରା ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ । ଏହି ଉତ୍ସବରେ ଜନସାଧାରଣ ଉପସ୍ଥିତ ରହିବାକୁ ସାଧାରଣ ସଂପାଦକ ଡକ୍ଟର ସୌରଭ ରଂଜନ ଖମାରୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

hiranchal ad1
Leave A Reply

Your email address will not be published.

20 + 11 =