ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟି ଯୁଦ୍ଧ

0 98

ପାରଳାଖେମୁଣ୍ଡି: ଓଡ଼ିଶା ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ଭାରତ୍ତୋଳନ ଓ ମୁଷ୍ଟିଯୁଦ୍ଧ ଗଞ୍ଜାମ ଜିଲ୍ଲାର କୁଇଜ ଅଫ ଦି ମିଶନ ସ୍କୁଲ ବ୍ରହ୍ମପୁର ଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ମୁଷ୍ଟି ଯୁଦ୍ଧ ଚଉଦ ବର୍ଷରୁ କମ ପ୍ରତିଯୋଗିତାରେ ଗଜପତି ଜିଲ୍ଲାର ୪୨. ୪୪ କିଲୋ ଗ୍ରାମ ଜଗନ ବେହେରା ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଭାର ଉତ୍ତୋଳନ ପ୍ରତିଯୋଗିତାରେ ୧୭ ବର୍ଷ ରୁ କମ ବାଳକ ବିଭାଗରେ ୬୧.୬୭ କେଜି ପ୍ରଦୀପ ରୋହିତ ସରକାରୀ ଉଚ୍ଚ ବିଦ୍ୟାଳୟ ଡମ୍ବାଳରୁ ଭାଗ ନେଇ ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ ଶାରୀରିକ କ୍ରୀଡ଼ା ନିରୀକ୍ଷକ ସୁରେନ୍ଦ୍ର କୁମାର ପାତ୍ର ଗଜପତି ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହାପରି ଆଗାମୀ ଦିନରେ ପ୍ରୟାସ ଚାଲୁ ରଖିବାକୁ ଆଶା ବାନ୍ଧିଛନ୍ତି । ଏଥିରେ ଅମ୍ବିକା ପ୍ରସାଦ ସେଠୀ, ଦର୍ଶିତା ପଟ୍ଟନାୟକ, କେ ଭି ରେଡ୍ଡୀ, ଧୀରେନ୍ଦ୍ର ସାମଲ, ଜଗନ୍ନାଥ ଦାଶ ଭାଗ ନେଇ ଜିଲ୍ଲାକୁ ଗୌରବାନିତ୍ୱ କରିଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − two =