ବାଲିଗୁଡା ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ: ସଭାପତି ହରିଶ୍ଚନ୍ଦ୍ର, ସମ୍ପାଦକ ଅନିଲ ନିର୍ବାଚିତ

0 34

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଓକିଲ ସଂଘ ର ୨୦୨୩-୨୪ ବର୍ଷ ନିମନ୍ତେ ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ଟି.ହରିଶ୍ଚନ୍ଦ୍ର ରାଓ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବେ ଅନିଲ କୁମାର ଦାସ ନିକଟତମ ପ୍ରତିଦ୍ୱନ୍ଦୀ ସୁଧାଂଶୁ ମୋହନ ପତିଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବେ ଲମ୍ବୋଦର ପଣ୍ଡା ନିକଟତମ ପ୍ରତିଦ୍ୱନ୍ଦୀ ରାମଚନ୍ଦ୍ର ସିଂ ପାତ୍ରଙ୍କୁ ପରାସ୍ତ କରି ନିର୍ବାଚିତ ହୋଇଛନ୍ତି । ସେହିଭଳି ସହ ସମ୍ପାଦକ ଭାବେ ନିମାଇଁ ଚରଣ ସାହାଣୀ, କୋଷାଧ୍ୟକ୍ଷ ଭାବେ ଶିରୀଶ କୁମାର ପ୍ରଧାନ ନିର୍ବାଚିତ ହୋଇଛନ୍ତି । ଏଥିରେ ନିର୍ବାଚନ ଅଧିକାରୀ ଭାବେ ମାନସ ରଞ୍ଜନ ସିଂ ଶୃଙ୍ଖଳା ଭାବେ ନିର୍ବାଚନ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

19 − sixteen =