କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା

0 85

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ଖଇରଟିକରା ସ୍ଥିତ କାର୍ଯ୍ୟାଳୟ ପ୍ରାଙ୍ଗଣ ଠାରେ କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାଧାରଣ ସଭାରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦାନ କରି ଉପସ୍ଥିତ କମ୍ପାନୀର ସଭ୍ୟ ମାନଙ୍କୁ ସେମାନଙ୍କର ଉତ୍ପାଦ ବଢ଼ାଇବା ପାଇଁ ବହୁ ଉପାଦେୟ ଉପଦେଶ ଦେଇଥିଲେ । ଅନ୍ୟାନ୍ୟ ସମ୍ମାନୀୟ ଅତିଥି ଭାବରେ ନାବାର୍ଡର ସୁବର୍ଣ୍ଣପୁର ଜିଲ୍ଲାର ବିକାଶ ପରିଚାଳକ ତାପସ ଶଙ୍କର ରାଉତ, କୃଷି ଜିଲ୍ଲା ଅଧିକାରୀ ଅମରେଶ ରାଉତରାୟ, ସହକାରୀ ଉଦ୍ୟାନ ନିର୍ଦ୍ଦେର୍ଶକ ହୃଷିକେଶ ଦାସ, ଉପ ଜିଲ୍ଲାପାଳ ଆନନ୍ଦ କୁମାର ପଣ୍ଡା, ମୃତ୍ତିକା ବିଶେଷଜ୍ଞ, ସୁବର୍ଣ୍ଣପୁର ଗୌରୀ ଶଙ୍କର ସିଂହ ଉପସ୍ଥିତ ରହି କୃଷକ ଉତ୍ପାଦକ ସଂଘର ସଦସ୍ୟ ମାନଙ୍କୁ ସେମାନଙ୍କର ଉତ୍ସାହ ବଢାଇବା ଲାଗି ଅନେକ ଉପଦେଶ ଦେଇଥିଲେ । ଏମାନଙ୍କ ବ୍ୟତୀତ ସୁବର୍ଣ୍ଣପୁର ଜିଲ୍ଲାର ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ତଥା ଅମରେଶ୍ୱର ମିଶ୍ର କ୍ଷେତ୍ରପାଳ କୃଷକ ଉତ୍ପାଦକ କମ୍ପାନୀର ଅନ୍ୟତମ ଉପଦେଷ୍ଟା ଭାବେ ଯୋଗ ଦେଇ କିପରି କମ୍ପାନୀକୁ ମଜଭୁତ ଭାବେ ଗଢି ଓଡ଼ିଶାର ସର୍ବଶ୍ରେଷ୍ଟ କୃଷକ ଉତ୍ପାଦକ ସଂଘ ହୋଇ ବାର୍ଷିକ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ସେ ଉପରେ ଉପଦେଶ ଦେଇଥିଲେ । କୃଷକ ଉତ୍ପାଦକ କମ୍ପାନୀର ସଭାପତି ତଥା ଅଞ୍ଚଳରଟାଣୁଆ ଯୁବ ନେତା ସୁରେଶ କୁମାର ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସର୍ବ ଶେଷରେ ବଳରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୩୦ଟି ଗ୍ରାମରୁ ୧୫୦ ଜଣ ଚାଷୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

7 + twenty =