ବୌଦ୍ଧ ପୁଲିସକୁ ସଫଳତା : ଲୁଟେରା ଗିରଫ,୨ ଲକ୍ଷ ଟଙ୍କା ଜବତ

0 100

ବୌଦ୍ଧ : ଗତ ୨୧ ତାରିଖରେ ହୋଇଥିବା ଏକ ଲୁଟ ଘଟଣାର ଅଭିଯୁକ୍ତକୁ ଧରିବାରେ ବୌଦ୍ଧ ପୁଲିସ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ନାଁ ଏ.ସନ୍ତୁ ଓରଫ ସନ୍ତୋଷ(୨୫) ଏବଂ ତା ଠାରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି । ପୁଲିସ ଏ ସଂପର୍କରେ ଅଧିକ ସୂଚନା ଦେଇ କହିଛି ଯେ ଗତ ୨୧ ତାରିଖରେ ବୌଦ୍ଧ ବିଶ୍ୱନାଥପୁର ଅଂଚଳର ଅଶୋକ କୁମାର ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ପଞ୍ଜାବ ନାସନାଲ ବ୍ୟାଙ୍କର ବୌଦ୍ଧ ଶାଖାରୁ ୪ ଲକ୍ଷ ଟଙ୍କା ଉଠାଇ କାରରେ ବ୍ରିଜ୍‌ ଛକ ଯାଇଥିଲେ । ତାଙ୍କ ସହିତ କାରରେ ତାଙ୍କ ଝିଅ ଓ ପୁଅ ମଧ୍ୟ ଥିଲେ । ଅଶୋକ ଜଣେ ବ୍ୟକ୍ତିଙ୍କୁ ଏକ ଲକ୍ଷ ଟଙ୍କା ଦେଇଥିଲେ ଏବଂ ନିଜ ପକେଟରେ ୫୦ ହଜାର ଟଙ୍କା ରଖିଥିଲେ । ଅବଶିଷ୍ଟ ୨ଲକ୍ଷ ୫୦ ହଜାର ଟଙ୍କା ସେ ତାଙ୍କ ପୁଅକୁ ଦେଇଥିଲେ ଏବଂ ପୁଅ ତାହାକୁ ଏକ ବ୍ୟାଗରେ ରଖିଥିଲେ । ଅଶୋକ ପୁଣି ବୌଦ୍ଧ ଫେରି କିଛି ତେଜରାତି ଜିନିଷ କିଣିଥିଲେ । ତାଙ୍କ ପୁଅ ଟଙ୍କା ଥିବା ବ୍ୟାଗଟିକୁ ପଛ ସିଟରେ ରଖି କାରରୁ ଓହ୍ଲାଇ ଦୋକାନକୁ ଚାଲିଯାଇଥିଲେ । ଏହି ସମୟରେ ଏକ କଳା-ନାଲି ପଲସରରେ ଦୁଇ ଜଣ ଦୁର୍ବୃତ୍ତ ଆସି କାର ପଛ ସିଟ୍‌ରୁ ଟଙ୍କା ଥିବା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଏନେଇ ଅଶୋକ ଥାନାରେ ଏତଲା ଦେବା ପରେ,ପୁଲିସ ସିସିଟିଭି ଫୁଟେଜ ଓ ବ୍ୟାଙ୍କରୁ ସଂଗୃହୀତ ତଥ୍ୟକୁ ଆଧାର କରି ତଦନ୍ତ ଆରମ୍ଭ କରିଥିଲା । ଏ.ସନ୍ତୁ ଓ ତା’ର ସହଯୋଗୀ ଏହି ଲୁଟ୍‌ କରିଛନ୍ତି ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ପୁଲିସ ଅପରାଧୀମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା । ଏଥିପାଇଁ ଆସିକା ପୁଲିସର ସାହାଯ୍ୟ ନିଆଯାଇଥିଲା । ଶେଷରେ ସନ୍ତୁକୁ ଗଞ୍ଜାମର ଆସ୍କାରୁ ଗିରଫ କରାଯାଇଥିଲା ଏବଂ ତା ନିକଟରୁ ୨ ଲକ୍ଷ ଟଙ୍କା ଜବତ କରାଯାଇଛି ।

hiring

hiranchal ad1
Leave A Reply

Your email address will not be published.

16 + 9 =