କଟାପାଲି ବିଦ୍ୟାଳୟରେ ବୃକ୍ଷ ରୋପଣ ସହ ପୋଷାକ ବଣ୍ଟନ ମେଳା

0 78

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁ ପ୍ରାଥମିକ ବିଦ୍ୟାଳୟ ରେ ବୃକ୍ଷ ରୋପଣ ଓ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କୁଞ୍ଜବିହାରୀ ସରାଫଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ, ସମ୍ମାନିତ ଅତିଥିରୂପେ ସ୍କୁଲ ପରିଚାଳନା କମିଟି ସଭାପତି ସୁମନ୍ତ ହାତୀ, ଅବସର ଶିକ୍ଷକ ନକୁଳ ହଂସ, ପବିତ୍ର ପଟେଲ, ଅଙ୍ଗନବାଡି କର୍ମୀ ପୁଷ୍ପାଞ୍ଜଳୀ ହାତୀ ପ୍ରମୁଖ ଯୋଗଦେଇ ଛାତ୍ରୀ ଛାତ୍ର ମାନେ ମନଦେଇ ପାଠ ପଢିଲେ ଭବିଷ୍ୟତରେ ଉତ୍ତମ ନାଗରିକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥିମାନଙ୍କ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରେ ଛାତ୍ରୀ ଛାତ୍ରମାନଙ୍କୁ ଦୁଇ ଯୋଡ଼ା ପୋଷାକ, ଦୁଇ ଯୋଡ଼ା ମୋଜା ଏବଂ ଗୋଟିଏ ଯୋଡ଼ା ଜୋତା ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଧର କଠାର, ଅନ୍ତ ଅଦାବର,ପୁଷ୍ପାଞ୍ଜଳି ମାଝୀ, ଶିକ୍ଷକ ନେହେରୁ ପୁଟେଲ, ରାମପଦ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

fifteen − 6 =